ବାଲିପାଟଣା: ଆଜି ଅଂଶୁଘାତର ଶିକାର ହୋଇ ଶିଶୁ ଅନନ୍ତ କଲେଜର ଯୁକ୍ତ ତିନି ବିଜ୍ଞାନ ଛାତ୍ରୀ ରୂପାଲି ଭୋଳ ଶ୍ରେଣୀଗୃହରେ ସଂଜ୍ଞାହୀନ ହୋଇପଡ଼ିଥିଲେ। ତୁରନ୍ତ ତାଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଏବଂ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। ପ୍ରତିଦିନ ଭଳି ରୂପାଲି ସାଇକେଲରେ ୮ କିମି ଦୂର ଅତିକ୍ରମ କରି କଲେଜ ଆସିଥିଲେ। ଆଜି ପ୍ରଚଣ୍ଡ ଖରା ଓ ଗୁଳୁଗୁଳି ହେଉଥିଲା। କଲେଜରେ ପହଞ୍ଚି ସେ ସଙ୍ଗେସଙ୍ଗେ ଅନର୍ସ କ୍ଲାସରେ ଯୋଗ ଦେଇଥିଲେ। ମାତ୍ର କିଛି ମିନିଟ୍‌ ପରେ ସେ କ୍ଲାସ୍‌ରୁମରେ ହଠାତ୍‌ ଟଳି ପଡିଥିଲେ।

Advertisment

ହସ୍ପିଟାଲ୍‌ରେ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ପ୍ରଥମେ ଅଂଶୁଘାତ କକ୍ଷରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରାଯାଇଥିଲା ଏବଂ ପରେ ୧୦୮ ଆମ୍ବୁଲାନ୍‌ସରେ କ୍ୟାପିଟାଲ ହସ୍ପିଟାଲ ପଠାଇଦିଆଯାଇଥିଲା। ସେ ସୁସ୍ଥ ଥିବା ଖବର ମିଳିଛି।