ବିଜେବି କଲେଜ
ରାଜ୍ୟର ଏହି ପ୍ରମୁଖ କଲେଜର ପାସ୍ହାର ୮୯.୧୭% ରହିଛି। ଚଳିତବର୍ଷ କଲେଜରେ ୫୧୫ଜଣ ରେଗୁଲାର ଓ ୩୦ଜଣ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କୁ ମିଶାଇ ୫୪୫ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨୯୯ଜଣ ପ୍ରଥମ ଶ୍ରେଣୀ, ୧୩୦ଜଣ ଦ୍ବିତୀୟ ଶ୍ରେଣୀ, ୫୭ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ଚଳିତବର୍ଷ କଲେଜର ୭ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ବେଳେ ଭବାନୀ ପ୍ରସାଦ ପଟ୍ଟନାୟକ ୫୫୯ ନମ୍ବର ରଖି ରାଜ୍ୟରେ ଟପର ହୋଇଛନ୍ତି। ଏଥିସହ ୫୬ ଜଣ ଛାତ୍ରଛାତ୍ରୀ ଫେଲ୍ ହୋଇଥିବା ବେଳେ ୩ଜଣ ପରୀକ୍ଷାରେ ଅନୁପସ୍ଥିତ ରହିଥିବା କଲେଜ ପକ୍ଷରୁ ସୂଚନା ଦିଆଯାଇଛି।
ବେସିକ୍ ସାଇନ୍ସ କଲେଜ
୩୪୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩୧୭ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୨୦ ଜଣ ୮୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ପ୍ରଥମ ଶ୍ରେଣୀରେ ୨୧୩ ଜଣ ରହିଥିବା ବେଳେ ୬୭ ଜଣ ଦ୍ବିତୀୟ ଓ ୩୭ ଜଣ ତୃତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି। ଛାତ୍ର ନିଖିଲ କୁମାର ମିଶ୍ର ୮୯% ମାର୍କ ରଖି କଲେଜ ଟପର୍ ହୋଇଛନ୍ତି। ବିଜେବି କଲେଜ ତୁଳନାରେ ଏଠାରେ ପାସ୍ହାର ଅଧିକ ରହିଛି। କଲେଜର ପାସ୍ହାର ୯୨% ରହିଥିବା କଲେଜ ନିର୍ଦେଶକ ବିକାଶ ପଣ୍ତା ସୂଚନା ଦେଇଛନ୍ତି।
ବିଜୁ ପଟ୍ଟନାୟକ କଲେଜ୍ ଅଫ୍ ସାଇନ୍ସ ଆଣ୍ତ ଟେକ୍ନୋଲୋଜି
ଜୟଦେବ ବିହାରସ୍ଥିତ ବିଜୁ ପଟ୍ଟନାୟକ କଲେଜ୍ ଅଫ୍ ସାଇନ୍ସ ଆଣ୍ତ ଟେକ୍ନୋଲୋଜିରେ ପରୀକ୍ଷା ଦେଇଥିବା ୧୯୩ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୩୭ ଜଣ ପାସ୍ କରିଛନ୍ତି। ୧୮ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ବେଳେ ୫୦ ଜଣ ଦ୍ବିତୀୟ ଶ୍ରେଣୀ, ୬୯ ଜଣ ତୃତୀୟ ଶ୍ରେଣୀରେ ଉର୍ତ୍ତିର୍ଣ୍ଣ ହୋଇଛନ୍ତି। ବିଶ୍ବପ୍ରକାଶ ସାହୁ ୪୪୮ ନମ୍ବର ରଖି କଲେଜ ଟପର୍ ହୋଇଛନ୍ତି।
ଦେବରାୟ କଲେଜ
ପରୀକ୍ଷା ଦେଇଥିବା ୧୦୧ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯୮ ଜଣ ପାସ୍ କରିଛନ୍ତି। ୬ ଜଣ ପ୍ରଥମ, ୧୭ ଜଣ ଦ୍ବିତୀୟ ଓ ୪୯ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
ଜୁପିଟର ସାଇନ୍ସ କଲେଜର ସଫଳତା
ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଜୁପିଟର ସାଇନ୍ସ କଲେଜର ଛାତ୍ରଛାତ୍ରୀ ସଫଳତା ଅର୍ଜନ କରିଛନ୍ତି। ପରୀକ୍ଷା ଦେଇଥିବା ୬୬୧ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬୬୦ ଜଣ ପାସ୍ କରିଛନ୍ତି। ଛାତ୍ର ଅଂଶୁମାନ କର ୫୫୭ ମାର୍କ ରଖି ରାଜ୍ୟରେ ତୃତୀୟ ହେବା ସହ କଲେଜ ଟପର୍ ହୋଇଛନ୍ତି। ଛାତ୍ରୀ ନେହା ଅଗ୍ରୱାଲ ୫୫୧, ଇନ୍ସିତା ଦାଶ ୫୪୧, ସୌମ୍ୟକ୍ୟାନ୍ତ ମହାରଣା ୫୪୦ ମାର୍କ ରଖି କଲେଜର ଗୌରବକୁ ଅକ୍ଷୁର୍ଣ୍ଣ ରଖିଛନ୍ତି। କଲେଜର ୭୦% ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି। ଏହି ସଫଳତା ପାଇଁ କଲେଜର ମ୍ୟାନେଜ୍ମେଣ୍ଟ, ଅଧ୍ୟକ୍ଷ ଓ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କ ଉନ୍ନତ ଭବିଷ୍ୟତ କାମନା କରିଛନ୍ତି।
ଗଣେଶ ବିଜ୍ଞାନ କଲେଜ
ଗଣେଶ ବିଜ୍ଞାନ କଲେଜର ଭୁବନେଶ୍ବର ଶାଖାରେ ୧୨୧ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣ ୮୦%ରୁ ଅଧିକ ନମ୍ବର ରଖିଛନ୍ତି। ୭୩ ଜଣ ପ୍ରଥମ, ୪୨ ଜଣ ଦ୍ବିତୀୟ ଓ ୬ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଚଣ୍ଡିଖୋଲ ଶାଖାରେ ପରୀକ୍ଷା ଦେଇଥିବା ୭୨ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭୧ ଜଣ ପାସ୍ କରିଛନ୍ତି। ସୌମ୍ୟରଞ୍ଜନ ନାୟକ ୫୩୪ ନମ୍ବର ରଖି ପ୍ରଥମ ସ୍ଥାନ ହାସଲ କରିଛନ୍ତି। ୪୦ ଜଣ ପ୍ରଥମ, ୨୨ ଜଣ ଦ୍ବିତୀୟ, ୯ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
ଟାଇମ୍ସ କଲେଜ
ଏଠାରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୫ ଜଣ ପ୍ରଥମ, ୨୪ ଜଣ ଦ୍ବିତୀୟ, ଓ ୫ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଶଶାଙ୍କ ଶେଖର ଦାସ ୫୪୨ ମାର୍କ ରଖି କଲେଜ ଟପର୍ ହୋଇଛନ୍ତି। ଏହି ଅବସରରେ କଲେଜର ଅଧ୍ୟକ୍ଷା, ଉପାଧ୍ୟକ୍ଷା, ପରିଚାଳନା ପରିଷଦର ସଦସ୍ୟମାନେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ରୟାଲ କଲେଜ ଅଫ୍ ସାଇନ୍ସ
ପରୀକ୍ଷା ଦେଇଥିବା ୨୯୧ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୯୨ ଜଣ ପ୍ରଥମ ଶ୍ରେଣୀ, ୮୧ ଜଣ ଦ୍ବିତୀୟ ଓ ୧୭ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି। କଲେଜର ଅନୀଲ ଜେନା ଓ ଅରିଜିତ ପ୍ରଧାନ ୯୦ରୁ ଅଧିକ ନମ୍ବର ରଖି ପାସ୍ କରିଛନ୍ତି। ଅନୀଲ ୫୫୩ ନମ୍ବର ରଖି କଲେଜ ଟପର୍ ହୋଇଥିବା ବେଳେ ଅରିଜିତ ୫୪୮ ନମ୍ବର ରଖିଛନ୍ତି।
ଆଦ୍ୟାନ୍ତ କଲେଜ
ପରୀକ୍ଷା ଦେଇଥିବା ୩୨୬ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୮ ଜଣ ୫୦୦ରୁ ଅଧିକ ନମ୍ବର ରଖିଛନ୍ତି। ଆୟୁଷ ବିଶ୍ବାଳ ୫୫୨ ନମ୍ବର ରଖିଥିବା ବେଳେ ବିଶ୍ବଜିତ ମହାପାତ୍ର ୫୪୧ ଓ ନିହାର ରଞ୍ଜନ ବାରିକ ୫୩୯ ମାର୍କ ରଖିଛନ୍ତି। ଶିକ୍ଷକମାନଙ୍କ ଅବିରତ ଉଦ୍ୟମ ଓ ଟ୍ରଷ୍ଟର ସଭାପତିଙ୍କ ସଦିଚ୍ଛା ଫଳରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ହୋଇପାରୁଛି। ସ୍କୁଲର ଶାନ୍ତ ପରିବେଶ, ଉଚ୍ଚକୋଟୀର ଶିକ୍ଷାଦାନ ପାଠ୍ୟଖସଡ଼ା ଓ ଅଭିଜ୍ଞ ଶିକ୍ଷକଙ୍କ ଦ୍ବାରା କ୍ୟାମ୍ପସରେ ଶିକ୍ଷାଦାନ କରାଯାଉଛି।
ସିଟି ଓମେନ୍ସ କଲେଜ୍
ସିଟି ଓମେନ୍ସ କଲେଜ୍ରେ +୨ ବିଜ୍ଞାନରେ ମୋଟ୍ ୫୫ ଜଣ ପରୀକ୍ଷା ଦେଇଛିଲେ। ସେଥିମଧ୍ୟରୁ ୨ ଜଣ ପ୍ରଥମ, ୧୨ ଜଣ ଦ୍ବିତୀୟ ଓ ୨୭ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ମୋଟ୍ ୪୧ ଜଣ ପାସ୍ କରିଥିବା ବେଳେ ୧୪ ଜଣ କୃତକାର୍ଯ୍ୟ ହୋଇନାହାନ୍ତି। ଅର୍ପିତା ମହାନ୍ତି ୪୧୦ ନମ୍ବର ରଖି କଲେଜ୍ରେ ଶୀର୍ଷରେ ରହିଛନ୍ତି।
ବରମୁଣ୍ଡା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର
ବରମୁଣ୍ଡା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ମୋଟ୍ ୨୪ ଜଣ ପରୀକ୍ଷା ଦେଇଥିବା ବେଳେ ୨୨ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ୪ ଜଣ ପ୍ରଥମ, ୮ଜଣ ଦ୍ବିତୀୟ, ୮ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।