ୟୁଏସ୍‌ବିଏମ୍‌ରୁ ୭୧ୟୁନିଟ୍ ରକ୍ତ ସଂଗୃହୀତ

ଭୁବନେଶ୍ବର: ଗ୍ରୀଷ୍ମକାଳୀନ ରକ୍ତ ଅଭାବକୁ ଦୂର କରିବା ପାଇଁ ଓଡ଼ିଶାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ୟୁନାଇଟେଡ୍ ସ୍କୁଲ ଅଫ୍ ବିଜିନେସ୍ ମ୍ୟାନେଜମେଣ୍ଟ (ୟୁଏସବିଏମ୍)ର ୟୁଥ୍ ରେଡକ୍ରସ୍‌ ୟୁନିଟ୍‌ ଓ ସମ୍ବାଦ-ଆମ ଓଡ଼ିଶାର ମିଳିତ ଉଦ୍ୟମରେ ଏକ ରକ୍ତଦାନ ଶିବିର ଭୁବନେଶ୍ବର ପଟିଆସ୍ଥିତ ଶିକ୍ଷାନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବରେ ଶିବିରକୁ ଉଦ୍‌ଘାଟନ କରିଥିଲେ। ଆମ ଓଡ଼ିଶାର ସଂପାଦକ ସ୍ବରାଜ ମିଶ୍ର, ୟୁଏସବିମ୍‌ର ଏକାଡେମିକ ଆଡଭାଇଜର୍‌ କାହ୍ନୁଚରଣ ସ୍ବାଇଁ ଓ ପ୍ରିନ୍ସିପାଲ ସଂଜୀବ କୁମାର ଦାସ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ୟୁଥ ରେଡକ୍ରସ୍‌ ସଂଯୋଜକ କୈଳାସ ଚନ୍ଦ୍ର ନାୟକ ଶିବିର ପରିଚାଳନା କରିଥିଲେ।

ଅନୁ‌ଷ୍ଠାନର ସହକର୍ମୀଙ୍କ ମଧ୍ୟରୁ ସ୍ବାତୀ ମିଶ୍ର, ଈଶ୍ବର ରେଡ୍ଡୀ, ପ୍ରଦୀପ କୁମାର ଦେ, ମନୋରଂଜନ ନାଥ, ଆଶା ବିକାଶ ମହାପାତ୍ର, ସମୀର କୁମାର ପାତ୍ର, ସୁଶ୍ରୀ ସଂଗୀତା ସାହୁ, ଅର୍ଚ୍ଚନା ରାଉତ, ସଂଗ୍ରାମ କେଶରୀ ଦାଶ, ଲୁବିନା ଆମ୍ରିନ୍, ସ୍ମିତା ଦାଶ, ସୁପ୍ରିୟା ସାମଲ, ରଶ୍ମିତା ମିଶ୍ର, ସୁଧୀର କୁମାର ଆଚାର୍ଯ୍ୟ, ରମାମଣି ତ୍ରିପାଠୀ, ସୁବ୍ରତ ରାଉତ, ସୁଶାନ୍ତ ମିଶ୍ର, ଦେବାଶିଷ ଦାଶ, ‌ଐଶ୍ବର୍ଯ୍ୟାରାଣୀ ବେହେରା, ରଶ୍ମିତା ମିଶ୍ର, ଅଶୋକ ସାହୁ, ପ୍ରଶାନ୍ତ ଦାଶ ଓ ଅଂଶୁମାନ ଘୋଷ ତଥା ସମସ୍ତ ସହକର୍ମୀ ପରିଚାଳନା କାର୍ଯ୍ୟରେ ସହଯୋଗ କରିଥିଲେ। ଛାତ୍ରଛାତ୍ରୀ ଓ ସହକର୍ମୀଙ୍କ ସମେତ ମୋଟ ୭୧ଜଣ ଶିବିରରେ ‌ରକ୍ତଦାନ କରିଥିଲେ। ଓଡ଼ିଶା ରକ୍ତ କେନ୍ଦ୍ର, କ୍ୟାପିଟାଲ ହସ୍ପିଟାଲର ସହକର୍ମୀମାନେ ଶିବିରରୁ ରକ୍ତ ସଂଗ୍ରହ କରିଥିଲେ। ଆମ ଓଡ଼ିଶାର ରକ୍ତଦାନ ଶିବିର ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀଙ୍କ ତତ୍ତ୍ବାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା। ଶିକ୍ଷାଦାନ ସହ ରକ୍ତଦାନ ଭଳି ମହତ୍‌ କାର୍ଯ୍ୟ ଆୟୋଜନ କରି ଛାତ୍ରଛାତ୍ରୀମାନଙ୍କୁ ସଚେତନତା କରିଥିବାରୁ ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ସମସ୍ତ ରକ୍ତଦାତା ତଥା‌ ୟୁଏସବିଏମ ଶିକ୍ଷାନୁଷ୍ଠାନକୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର