୧୨୦ ଜଣଙ୍କୁ କଲର ବେଲ୍ଟ ପ୍ରଦାନ

ଭୁବନେଶ୍ବର: ଟାଏକୋଣ୍ଡୋ ଆସୋସିଏସନ୍‌ ଅଫ୍‌ ଭୁବନେଶ୍ବର, ଖୋର୍ଧା (ଟିଏବିକେ) ପକ୍ଷରୁ ରବିବାର ୧୨୦ଜଣଙ୍କୁ କଲର୍‌ ବେଲ୍ଟ ପ୍ରଦାନ କରାଯାଇଛି। ଭୁବନେଶ୍ବରସ୍ଥିତ ରିଜିଓନାଲ କଲେଜ ଅଫ୍‌ ମ୍ୟାନେଜମେଣ୍ଟ୍‌ ପରିସରରେ ଅନୁଷ୍ଠିତ କଲର ବେଲ୍ଟ ପରୀକ୍ଷାରେ ମୋଟ ୧୫୦ଜଣ ପରୀକ୍ଷାର୍ଥୀ ଯୋଗ ଦେଇଥିଲେ। ସେ ମଧ୍ୟରୁ ୧୨୦ଜଣ ସଫଳତା ପାଇ ଅତିଥିଙ୍କଠୁ କଲର ବେଲ୍ଟ ପ୍ରମାଣପତ୍ର ଗ୍ରହଣ କରିଥିଲେ। ଅତିଥି ଭାବେ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଟାଏକୋ‌ଣ୍ଡୋ ଆସୋସିଏସନ୍‌ ଅଫ୍‌ ଓଡ଼ିଶା (ଟିଏଓ)ର ସମ୍ପାଦକ ରବିନାରାୟଣ ପାଣିଗ୍ରାହୀ, କର୍ପୋରେଟର୍‌ ମୋନାଲିସା ସାହୁ, ଟିଏଓ କାର୍ଯ୍ୟକ‌ାରୀ ସଭାପତି ବିଜୟ କୁମାର ଜେନା ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟିଏବିକେର ସଭାପତି ଲିଙ୍ଗରାଜ ରଥ, ସାଧାରଣ ସମ୍ପାଦକ ରାଜେଶ କୁମାର ବିଶ୍ବାଳ, ସହସମ୍ପାଦକ ବିପିନ ସାମଲ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର