ବିଦ୍ୟୁତ୍ ତାରରେ ଜଳିଗଲେ ରଙ୍ଗ ମିସ୍ତ୍ରି

ଚନ୍ଦ୍ରଶେଖରପୁର : ଆଜି ମଧ୍ୟାହ୍ନରେ ଇନ୍‌ଫୋସିଟି ଥାନା ଅଧୀନ ଶିଶୁ ବିହାର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଘର ରଙ୍ଗ ଦେଉଥିବା ଜଣେ ମିସ୍ତ୍ରିଙ୍କର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଛି। ମୃତକ ହେଲେ ଲଲନ୍ କୁମାର ଶର୍ମା (୩୫)। ତାଙ୍କ ଘର କୋଲକାତା। ସେ ଶିଖରଚଣ୍ଡୀ ନଗର ବସ୍ତିରେ ରହୁଥିଲେ। ଆଜି ସେ ଏକ ନିର୍ମାଣାଧୀନ ୩ମହଲା କୋଠାରେ ରଙ୍ଗ କାମ କରୁଥିବା ବେଳେ ଘର ନିକଟରେ ଯାଇଥିବା ୩୩ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ହଠାତ୍ ଘରଟିରେ ବିଦ୍ୟୁତ ଚାର୍ଜ ହୋଇଯାଇଥିଲା। ଫଳରେ ଶରୀର ଜଳିଯିବା ସହ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ସମୟରେ ସେହି ଘରେ କାମ କରୁଥିବା ଅବିନାଶ ନାମକ ଅନ୍ୟ ଜଣେ ମିସ୍ତ୍ରି ମଧ୍ୟ ଗୁରୁତର ହୋଇଥିଲେ। ତାଙ୍କୁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତି କରାଯାଇଛି। ଲଲନ୍‌ଙ୍କ ମୃତ୍ୟୁ ସମ୍ପର୍କରେ ଘର ମାଲିକ ରମେଶ କୁଣ୍ଡୁ ଥାନାକୁ ଖବର ଦେବାରୁ ପୁଲିସ୍ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍ ହସ୍ପିଟାଲକୁ ପଠାଇଛି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର