ମୋ ବଡ଼ ଭାଇ ଜୟନ୍ତ ନନ୍ଦ ଆଉ ମୁଁ କଟକ କଲେଜିଏଟ୍ ସ୍କୁଲରେ ପାଠ ପଢୁଥିଲୁ। ସେ ଭଲ ପଢ଼ୁଥିବାରୁ ମତେ ଧମକାଏ। ମୁଁ କିନ୍ତୁ ପ୍ରତ୍ୟେକ କଥାରେ ତା ସହିତ ଥାଏ। ବଙ୍ଗାଳିସାହିରେ ଆମ ଘର ବୋଲି ରିକ୍ସାରେ ସ୍କୁଲ ଯା’ଆସ ପାଇଁ ବାପା ପ୍ରତି ଦିନ ଆମକୁ ଆଠଣା ଦିଅନ୍ତି। ଦିନେ ଭାଇନା କହିଲେ ଆମେ ଆଉ ରିକ୍ସାରେ ଯିବାନି। ଚାଲିଚାଲି ସ୍କୁଲ୍ ଗଲେ ଆଠଣା ସଞ୍ଚିପାରିବା। ସେହି ପଇସାରେ ଦାମୀ ସାର୍ଟସ୍କ୍ରିନ୍ କନାରେ ଫୁଲ୍ ପ୍ୟାଣ୍ଟ୍ ତିଆରି କରିବା। ଘରେ ଆମକୁ ଫୁଲ୍ ପ୍ୟାଣ୍ଟ୍ ପିନ୍ଧିବାକୁ ଦେଉ ନଥିଲେ ହେଁ ମୋ’ର କିନ୍ତୁ ଫୁଲ୍ ପ୍ୟାଣ୍ଟ ପ୍ରତି ଭାରି ଦୁର୍ବଳତା ଥିଲା। ମୁଁ ତା’ କଥାରେ ମାତିଗଲି । ଭାଇନା ମତେ ପାଞ୍ଚ ମାସ ଚଲେଇ ଚଲେଇ ସ୍କୁଲ୍ ନେଲା। ଦଶହରାର କିଛିଦିନ ପୂର୍ବରୁ କୁମ୍ପି ଭାଙ୍ଗି ପଇସା ଏକାଠି କଲୁ। ସେଥିରେ କେବଳ ଗୋଟେ ପ୍ୟାଣ୍ଟ୍ କପଡ଼ା କିଣି ହେଲା । କଲେଜ ଛକ ପାଖେ ଥିବା ଫିଟ୍େଓ୍ଵଲ ଦୋକାନରେ ପ୍ୟାଣ୍ଟ୍ ତିଆରି ପାଇଁ ମାପ ଦେବା ପାଇଁ ତ ଗଲୁ, ହେଲେ ଭାଇନା ତା’ରି ମାପ ଦେଲା। ଯଦିଓ ଭାଇନା ମୋ ଠୁ ବଡ଼। ତଥାପି ସେତେବେଳେ ସେ ଟିକେ ପତଳା ଥିଲା। ପ୍ୟାଣ୍ଟ୍ ତିଆରି କରି ଆଣିବା ଦିନ ମୁଁ କହିଲି ଭାଇନା ସପ୍ତମୀ ଦିନ ମୁଁ ଆଗ ପିନ୍ଧିବି। ତା ପରେ ତୁ ପିନ୍ଧୁବୁ। ଭାଇନା କହିଲା ବ୍ୟସ୍ତ ହଅନି , ତୁ ଆଜି ପିନ୍ଧିଦେ, ମୁଁ କାଲି ପିନ୍ଧିବି। କିନ୍ତୁ ପ୍ୟାଣ୍ଟ୍ ମୋ ଅଣ୍ଟା ଯାଏଁ ବି ଗଲାନି।। ଭାଇନା ହିଁ ସେ ପ୍ୟାଣ୍ଟ୍ ପିନ୍ଧିଲା। ମୁଁ ଖାଲି ଯାହା ତାକୁ ଅନେଇ ରହିଲି। ଭାଇନାର ଚାଲାକିରେ ମୁଁ ଫସିଗଲି। ଆଜି ବି ସେ କଥା ମନେ ପଡ଼ିଲେ, ଦିହେଁ ବହୁତ ହସୁ। ଭାଇନା କହେ ସତରେ ମୁଁ ତୋ ପ୍ରତି ବଡ଼ ଅନ୍ୟାୟ କରିଛି…।
Sambad is now on WhatsApp
Join and get latest news updates delivered to you via WhatsApp
ଆସ କିଏ ଖାଇବ ହୋ…
ଏମ୍ଡି ଭାଇଙ୍କ ଚିକେନ ସାଲାଡ୍ସାଲାଡ୍ରେ ବି ମିଳୁଛି ଆମିଷର ମଜା। ଆଜିକାଲିର ସ୍ୱାସ୍ଥ୍ୟ ସଚେତନ ଲୋକମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ତିଆରି କାକୁଡ଼ି, ଟୋମାଟୋ, ଗାଜର, ପିଆଜ, କୋବି, କ୍ୟାପ୍ସିକମ୍ର ସାଲାଡ୍ ସହ ହାଲ୍କା ତେଲରେ ପୋଡ଼ା ହୋଇଥିବା ଚିକେନ ଯେତିକି ସୁଆଦିଆ ସେତିକି ସ୍ୱାସ୍ଥ୍ୟ ଉପଯୋଗୀ। ଏ କ୍ଷେତ୍ରରେ ଏମ୍ଡି ଭାଇଙ୍କ ସାଓ୍ଵରମା ଚିକେନ୍ ସାଲାଡ୍ର ସ୍ୱାଦ ଟିକେ ନିଆରା। ଲୁହା ରଡ୍ରେ କୋନ୍ ଆକାରରେ ଖଞ୍ଜି ରଖିଥିବା ବୋନ୍ଲେସ୍ ଚିକେନ୍କୁ ପରସ୍ତ ପରସ୍ତ କରି ସାଲାଡ୍ ପ୍ରସ୍ତୁତି କରୁଥିବା ବେଳେ ହିଁ ପାଟି ଲାଳେଇଯାଏ। ୟୁନିଟ୍-୯ସ୍ଥିତ ଭୋଇ ନଗରରେ ଷ୍ଟଲ୍ ଖୋଲିଥିବା ଏମ୍.ଡି ଅଲ୍ଲୀ ଏବଂ ଏମ୍ଡି ଓ୍ଵାସିର୍ଙ୍କ ଏହି ଚଟ୍ପଟି ସାଲାଡ୍ରେ ଏବେ ନାହିଁ ନଥିବା ଚାହିଦା। ସାମ୍ନାରେ ଲାଗିଥିବା ବର୍ଣ୍ଣର୍ରେ ପୋଡ଼ି ହେଉଥିବା ଚିକେନ୍କୁ ପ୍ଲେଟ୍ରେ ପରଷିବା ବେଳେ କାକୁଡ଼ି, ଟୋମାଟୋ, ଗାଜର, ପିଆଜ, କୋବି, କ୍ୟାପ୍ସିକମ୍, ମାୟୋନିଜ୍ ସସ୍, ସିଜୁଆନ୍ ସସ୍, ପୋଦିନା ସସ୍ ଓ ଟୋମାଟୋ ସସ୍କୁ ଏଥିରେ ସଜାଇ ଗ୍ରହକଙ୍କୁ ବଢ଼ାଇ ଦିଅନ୍ତି।
ବୋନ୍ଲେସ୍ ଚିକେନ୍୍ରେ କଞ୍ଚାଲଙ୍କା, ରସୁଣ,ଅଦା, ଆମ୍ବକସି, ଗୋଲମରିଚ ଓ ଲୁଣ ମିଶାଇ ଏହାକୁ ପ୍ରସ୍ତୁତ କରାଯାଇଥାଏ। ଏବେ ଦିନକୁ ୧୦କେଜି ଚିକେନ୍ ବିକ୍ରି କରିଥାଆନ୍ତି ବୋଲି କହିଛନ୍ତି ଏମ୍ଡି ଅଲ୍ଲୀ। ତାଙ୍କ କହିବା ମୁତାବକ, କୌଣସି ପ୍ରକାର ମସଲା କିମ୍ବା ଅଧିକ ତେଲ ବ୍ୟବହାର ହେଉ ନଥିବାରୁ ଏହା ସମସ୍ତ ବର୍ଗର ଲୋକମାନଙ୍କ ଦ୍ୱାରା ଆଦୃତ ହେଉଛି। ଗୋଟିଏ ପ୍ଲେଟ୍ ଚିକେନ୍ ସାଓ୍ଵରମା ସାଲାଡ୍ର ଦାମ୍ ୭୦ ଟଙ୍କା ଥିବା ବେଳେ ରାଜଧାନୀରେ ଏବେ ଏଭଳି ଅନେକ ଷ୍ଟୋର୍ ଖୋଲିଲାଣି। ସଂଧ୍ୟା ଜଳଖିଆର ମଜା ଉଠାଇବା ପାଇଁ ଏହା ରାଜଧାନୀବାସୀଙ୍କ ପାଇଁ ପସନ୍ଦର ଚଟ୍ପଟି ହୋଇଛି। ଯଦି ଆପଣଙ୍କର ବି ସାଲାଡ୍ ଖାଇବାକୁ ଇଚ୍ଛା, ପୁଣି ତାହା ଆମିଷ ମିଶା ତେବେ ଆପଣଙ୍କୁ ନିଶ୍ଚେ ଏମ୍ଡି ଭାଇଙ୍କ ଚିକେନ୍ ସାଓ୍ଵରମା ସାଲାଡ୍ ଚାଖିବାକୁ ପଡ଼ିବ…।