ମଜା କରିବା ହେଲା ତାଙ୍କ ଅଭ୍ୟାସ। ଗ୍ରାହକ ପହଞ୍ଚିଲେ ଗପରେ ମାତିଯାଆନ୍ତି। ଆଉ ଗପୁଗପୁ ପରସି ଦିଅନ୍ତି ଗରମ ଗରମ ଚିକେନ୍ ଚପ୍। ଅଖିଳ ପଟ୍ଟନାୟକଙ୍କ ଦୋକାନରେ ସଂଧ୍ୟା ହେଲେ ଲାଗେ ଆମିଷ ରଙ୍କୁଣାଙ୍କ ଭିଡ଼। ଚିକେନ୍ କିମାରେ ଅଦା, ରସୁଣ, କଞ୍ଚାଲଙ୍କାକୁ ଛେଚି ପୂର କରି ସେ ପ୍ରସ୍ତୁତ କରୁଥିବା ଚିକେନ୍ ଚପ୍ର ବାସ୍ନାରେ ପାଟି ଓଦା ହେଇଯାଏ। ସେ କୁହନ୍ତି ଯେ ଅଦା, ରସୁଣକୁ ନ ବାଟି ଛେଚି କରି ପକାଇଲେ ତାର ସ୍ୱାଦ ଅଧିକ ହୋଇଥାଏ। ଗରମ୍ ଗରମ୍ ଚିକେନ୍ ଚପ୍ ସହ ସହିତ ଚୁନାଚୁନା ପିଆଜ, ଟୋମାଟୋ ସସ୍, ରସୁଣ ଓ କଞ୍ଚାଲଙ୍କାରେ ତିଆରି ପୋଦିନା ଚଟଣି ପରସିବା ମାତ୍ରେ ଖାଇବା ପାଇଁ ମନ ବ୍ୟାକୁଳ ହୁଏ। ହାତକୁ ମୁସ୍ମୁସ୍ ଓ ପାଟିକୁ ସ୍ୱାଦିଷ୍ଟ୍ ଏହି ପଟ୍ଟନାୟକ ବାବୁଙ୍କ ଗୋଟିଏ ଚପ୍ର ଦାମ୍ ରହିଛି ୧୦ଟଙ୍କା। ସହିଦନଗରରେ ରହିଛି ତାଙ୍କର ଏହି ଛୋଟ ଦୋକାନ। ଯଦି ଆମିଷ ଓ ବିଶେଷକରି ଚିକେନ୍ ଖାଇବାକୁ ଆପଣ ପସନ୍ଦ କରନ୍ତି ତେବେ ଏଠିକୁ ଥରଟେ ଆସି ଏହି ଚିକେନ୍ ଚପ୍ର ମଜ୍ଜା ନେବାକୁ ପଡ଼ିବ।
ଅଖିଳଙ୍କ ଚିକେନ୍ ଚପ୍
/sambad/media/post_attachments/wp-content/uploads/2018/02/life-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)