ପ୍ରତିଦିନ ୭ଲିଟର ପାଣି ପିଏ: ଏଲି

ଫିଟ୍‌ନେସ୍‌ ମନ୍ତ୍ର 

ଅଭିନେତ୍ରୀ ଭାବରେ ସବୁବେଳେ ସୁନ୍ଦର ଦେଖାଯିବା ଜରୁରୀ। ନିଜର ଫିଟ୍‌ନେସ୍‌ ପାଇଁ ମୁଁ ପ୍ରାତଃ ଭ୍ରମଣ ସହ ଯୋଗ ନିୟମିତ ଯୋଗ କରେ। ଜିମ୍‌ ମଧ୍ୟ ଯାଏ। ଖାଦ୍ୟରେ ମୋର କୌଣସି ବାରଣ ନଥାଏ। ଆମିଷ ମୋର ପ୍ରିୟ, କିନ୍ତୁ ବିଭିନ୍ନ ବାର ପାଳନ କରୁଥିବାରୁ ଏହା ସବୁବେଳେ ଖାଇବା ସମ୍ଭବ ହୁଏନି। ପ୍ରତ୍ୟେକ ଦିନ ମୁଁ ଅଳ୍ପ ଅଳ୍ପ କରି ବହୁତ ଥର ଖାଏ। ବିଭିନ୍ନ ପରିବାରେ ପ୍ରସ୍ତୁତ ଖେଚୁଡ଼ି ଓ ଡାଲମା ମୋର ଖୁବ୍‌ ପ୍ରିୟ। ନିଜ ମୁହଁର ଆକର୍ଷଣ ବଢ଼ାଇବା ପାଇଁ ମୁଁ କେବେ କୌଣସି ପାର୍ଲର ଯାଏନି। ବରଂ ଟମାଟୋ, ଲେମ୍ବୁ ଆଦିର ଘରୋଇ ଉପଚାର କରିଥାଏ । ପ୍ରତ୍ୟେକ ଦିନ ୭ ଲିଟରରୁ ଅଧିକ ପାଣି ପିଇବାକୁ ଚେଷ୍ଟା କରେ। ଯାହା ମୋର ଚେହେରାକୁ ସତେଜ ରଖିଥାଏ। ସୁନ୍ଦର ଦେଖାଯିବାକୁ ଚାହୁଁଥିବା ପ୍ରତ୍ୟେକ ପୁଅ, ଝିଅ ପ୍ରଚୁର ପାଣି ପିଇବା ସହ ଯଥାସମ୍ଭବ ମାନସିକ ଚାପ ଆଦିରୁ ଦୂରେଇ ରହିବା ଆବଶ୍ୟକ।

ଅଭୁଲା ଚଗଲା ଦିନ : ସାର୍‌ଙ୍କ କଛା ଖୋଲି ଦେଇଥିଲି

ପିଲାବେଳେ ମୋ’ର ଦୁଷ୍ଟାମି ଯୋଗୁଁ ବାପା ସବୁବେଳେ ଟେନ୍‌ସନ୍‌ରେ ରହୁଥିଲେ। ତେଣୁ ସ୍କୁଲରେ ପ୍ରଧାନ ଶିକ୍ଷକ ସବୁବେଳେ ମୋ ନାଁରେ ବାପାଙ୍କୁ ଅଭିଯୋଗ କରିବା ସହ ମତେ ବାଡ଼ଉଥିଲେ। ଭଦ୍ରକ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ମୁଁ ପଢୁଥିଲି। ଷ୍ଟାଣ୍ଡାର୍ଡ ୩ ରେ ପଢୁଥିବା ସମୟରେ କ’ଣ ଗୋଟେ ଭୁଲ କରିବାରୁ ପ୍ରଧାନ ଶିକ୍ଷକ ବାପାଙ୍କୁ କହି ଦେଇଥିଲେ। ଆଉ ମୋ ବାପା ମତେ ସାଂଘାତିକ ମାଡ଼ ମାରିଥିଲେ। ମୋର ମାସେ ସ୍କୁଲ ଯିବା ବନ୍ଦ କରି ଦେଇଥିଲେ। ମନେ ମନେ ମୁଁ ବହୁତ ରାଗି ଯାଇଥିଲି। ଆଉ ସାର୍‌ଙ୍କୁ ପାନେ ଦେବାକୁ ସୁଯୋଗ ଖୋଜୁଥିଲି। ମାସେ ପରେ ପୁଣି ସ୍କୁଲ ଗଲି। ଦିନେ ସ୍କୁଲ ଛୁଟି ସମୟରେ ସାର୍‌ ଘରକୁ ଫେରୁଥିବା ବେଳେ ରାସ୍ତାରେ ତାଙ୍କ କଛା ଟାଣି ଦେଇଥିଲି। ତା’ ପରେ ମୋ ଅବସ୍ଥା ଅସମ୍ଭାଳ ହୋଇଯାଇଥିଲା। ପ୍ରଧାନ ଶିକ୍ଷକ ମତେ ସ୍କୁଲରୁ ବାହାର କରିଦେବା ନେଇ ନିଷ୍ପତ୍ତିି ନେଇଥିଲେ। ବାପା ତାଙ୍କୁ ଅନେକ ବୁଝାଇବା ପରେ ସେ ସ୍କୁଲରେ ମୁଁ ପୁଣି ପଢ଼ିଲି। ବୟସ ବଢ଼ିିବା ସଙ୍ଗେ ସଙ୍ଗେ ମୋର ଯଦିଓ ଦୁଷ୍ଟାମି କମିଲା କିନ୍ତୁ ଏବେ ବି ସେ ପ୍ରକୃତି ସଂପୂର୍ଣ୍ଣ ଛାଡ଼ି ପାରିନି ବୋଲି କୁହନ୍ତି ଏଲି। ଏବେବି ସୁବିଧା ପାଇଲେ ସେ ସାଙ୍ଗସାଥୀଙ୍କୁ ନାକେଦମ କରି ଦିଅନ୍ତି।

ସମ୍ବନ୍ଧିତ ଖବର