ମ୍ୟାଜିକ୍ ପ୍ରତି ମୋର ସେତେବେଳେ ଅହେତୁକ ଦୁର୍ବଳତା ଥିଲା। ନୂଆ ନୂଆ ମ୍ୟାଜିକ୍ କରୁଥିଲି। କୁଡ଼ୁକତା କୁଡ଼ୁକତା କରି ମ୍ୟାଜିକ୍ ଦେଖାଉଥାଏ। ଏଇ ସମୟରେ, ବାପାଙ୍କର ଜଣେ ବନ୍ଧୁ ମୋ ପାଇଁ ବାହାଘର ପ୍ରସ୍ତାବ ନେଇ ଦେଖିବାକୁ ଆସିଲେ। ମୋର ଯେଉଁଦିନ ବାହାଘର ପ୍ରସ୍ତାବ ଆସିଲା, ମୁଁ ଜାଣି ନଥାଏ। ଅପରାହ୍ଣ ୪ଟା ପାଖାପାଖି ସମୟ। ଦାଣ୍ଡରେ ଆମର ଗୋଟେ ଖଟିଆ ପଡ଼ିଥାଏ। ଘରେ କେହି ନଥାନ୍ତି। ମୁଁ ଘର ଜଗିଥାଏ। ସେ ଆସି ପଚାରିଲେ ଜୟୀ ବାପା କୁଆଡ଼େ ଗଲେ? ମୁଁ କହିଲି ଗାଧେଇବାକୁ ଯାଇଛନ୍ତି। ଆସୁଥିବେ ବୋଧେ। ଘର ଭିତରକୁ ଡାକିଲା ପରେ ସେ ମତେ ପଚାରିଲେ, ତମେ କଣ ମ୍ୟାଜିକ୍ ଜାଣିଛ ପରା? ଗୋଟେ ମ୍ୟାଜିକ୍ ଦେଖାଅ ତ ? ଖାଲି ହାତ ଦେଖାଇ କହିଲି ଦେଖ। ସେଇଠୁ ଓ୍ଵାନ୍..ଟୁ..ଥ୍ରୀ.. କହି ଗୋଟେ ଟଙ୍କିକିଆ କଏନ୍ଟିଏ ଦେଖେଇଲି। ସେ କଏନ୍ଟିକୁ ଧରି ମୋ ଶ୍ୱଶୂର ମୁଣ୍ଡରୁ, ହାତରୁ, ଗାଲରୁ, ଦେହରୁ ଟଙ୍କା ବାହାରକଲି। ଶ୍ୱଶୁର ଦେଖି ବାୟା ହୋଇଗଲେ। ତାପରେ ବାପା ଆସିବାରୁ କଥାବାର୍ତା ଚାଲିଲା। ଶ୍ୱଶୁରଙ୍କ ମନ ପୂରା ଖୁସି ହୋଇଗଲା। ଶ୍ୱଶୁର ନିଜ ଘରକୁ ଫେରି ମୋ ଶାଶୂଙ୍କୁ କହିଲେ, ଜ୍ୱାଇଁ ଯାତ୍ରାରେ ଅଛନ୍ତି। ଭଲ ପଇସା ପାଉଛନ୍ତି, ଆମ ଝିଅର କିଛି ଅସୁବିଧା ହେବନି। ହେଲେ ଶାଶୂ କହିଲେ, ପତଳା ପିଲାଟା...କେମିତି ସେଠି ବାହାଘର କରିବା? ସେଇଠୁ ଶ୍ୱଶୁର ବୁଝେଇଦେଇ କହିଲେ, ଜାଣିଛ ଜ୍ୱାଇଁ ଯୋଉଠି ହାତ ମାରୁଛନ୍ତି, ସେଇଠୁ ପଇସା ବାହାରୁଛି। କିଛି ଅସୁବିଧା ହେବନି। ତାପରେ ମୋର ବାହାଘର ପ୍ରସ୍ତାବ ଠିକ୍ ହୋଇଗଲା। ମତେ ଭାରି ଲାଜ ଲାଗିଲା। ଏକଥା ମନେ ପଡ଼ିଲେ ଆଜି ବି ଲାଜ ମାଡ଼େ ବୋଲି କହିଛନ୍ତି ଅଭିନେତା ଜୟୀ।
ଶ୍ୱଶୁର କହିଲେ ଜ୍ୱାଇଁ ଯୋଉଠି ହାତ ମାରୁଛି ସେଇଠୁ ପଇସା ବାହାରୁଛି: ଜୟୀ
/sambad/media/post_attachments/wp-content/uploads/2018/01/Jairam_Samal_Jayee.jpg-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)