ଖଣ୍ଡଗିରି: ଫେସ୍ବୁକ୍ରେ ଗଢ଼ି ଉଠିଥିଲା ପ୍ରେମ। ଚାଟିଂ ଚାଟିଂରେ ପରସ୍ପରକୁ ବିବାହ କରିବା ପର୍ଯ୍ୟନ୍ତ କଥା ଯାଇଥିଲା। ତେବେ ମୁହାଁମୁହିଁ ଦେଖା ନ ହେବା ପର୍ଯ୍ୟନ୍ତ ଏହା ସମ୍ଭବ ନୁହେଁ ବୋଲି କହିଥିଲା ପ୍ରେମିକା। ତେଣୁ ଧାର୍ଯ୍ୟ ହୋଇଥିଲା, ପ୍ରଥମ ଦେଖାହେବ ଖଣ୍ଡଗିରିି ଜୟଦେବ ବାଟିକାରେ। ଦିନ ଥିିଲା ଆଜିକୁ। ପ୍ରଥମ ଦେଖାରେ ପ୍ରେମିକାର ମଥାରେ ସିନ୍ଦୂର ପିନ୍ଧାଇବ ବୋଲି ମନେ ମନେ ଭାବି ପ୍ରେମିକ ଜଣଙ୍କ ସାଙ୍ଗରେ ସିନ୍ଦୂର ଓ ଶଙ୍ଖା ଧରି ଆସିଥିଲା। ନିଷ୍ପତ୍ତି ଅନୁସାରେ ଆଜି ଉଭୟଙ୍କର ସାକ୍ଷାତ ହୋଇଥିଲା ଜୟଦେବ ବାଟିକାରେ। ବେଶ୍ କିଛି ସମୟ ପର୍ଯ୍ୟନ୍ତ ନିରୋଳାରେ ବସି କଥା ହୋଇଥିଲେ ପ୍ରେମୀଯୁଗଳ। କିନ୍ତୁ ହଠାତ୍ ପ୍ରେମିକାଙ୍କ ମନ ଉଣା ହୋଇ ଯାଇଥିଲା। ପ୍ରେମିକ ଜଣେ ଅଟୋ ଚାଳକ ବୋଲି ଜାଣିବା ପରେ ପ୍ରେମିକାର ମନ ବଦଳି ଯାଇଥିଲା। ସେ ରୋକ୍ଠୋକ ମନା କରିଦେଇଥିଲା ବିବାହ କରିବାକୁ। କିନ୍ତୁ ପାଗଳ ପ୍ରେମିକ ନଛୋଡ଼ବନ୍ଧା ଥିଲେ। ବହୁ ବୁଝାଇଲେ, ରାଣୀ କରି ରଖିବି ବୋଲି ପ୍ରତିଶ୍ରୁତି ଅଜାଡ଼ି ପକାଇଲେ। ମାତ୍ର ବିଗିଡ଼ି ଯାଇଥିଲା ପ୍ରେମିକା। ଅଟୋ ଚଳାଇ ନିଜ ପେଟ ପୋଷିବାକୁ ଯିଏ ଅସମଥ,ର୍ ତାକୁ ବାହା ହୋଇ ଜୀବନକୁ ନର୍କ କରିବନି ବୋଲି କହିଲା ପ୍ରେମିକା। ତେଣୁ ପ୍ରେମିକ ବି ରାଗି ଯାଇଥିଲା। ସାଙ୍ଗରେ ଧରି ଆସିଥିବା ଶଙ୍ଖା ଓ ସନ୍ଦୂର କାଢ଼ିଲା ଓ ଜୋର୍ କରି ପିନ୍ଧାଇବ ବୋଲି ଉଦ୍ୟମ କଲା। କିନ୍ତୁ ପ୍ରେମିକା ବି ଛାଡ଼ିବାର ଜନ୍ତୁ ନଥିଲା। ସଙ୍ଗେ ସଙ୍ଗେ ପୁଲିସକୁ ଫୋନ୍ କଲା। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଥାନାକୁ ଧରି ଆଣିଲା। ତେବେ ଯୁବତୀ ଜଣଙ୍କ ମାମଲା କରିବାକୁ ଚାହିଁ ନଥିଲେ, ତେଣୁ ପୁଲିସ ପ୍ରେମିକକୁ ତାଗିଦ୍ କରି ଛାଡ଼ିଥିଲା।
ଫେସ୍ବୁକ୍ ପ୍ରେମର ପରିଣତି : ଶଙ୍ଖା ସିନ୍ଦୂର ଧରି ଆସିଥିଲା ଶିଶୁପାଳ ହେଲା
/sambad/media/post_attachments/wp-content/uploads/2018/07/l_9192_082625_updates.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)