ଖଣ୍ଡଗିରି: ଏମ୍ସ ପର୍ଯ୍ୟନ୍ତ ଆସୁଛି କିନ୍ତୁ ସିଜୁଆକୁ ଯାଉନି ମୋ’ ବସ୍। ଏଥିଯୋଗୁଁ ସ୍ଥାନୀୟ ଅଧିବାସୀ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏମ୍ସରୁ ସିଜୁଆସ୍ଥିତ ଡୁନ୍ ଇଣ୍ଟରନ୍ୟାସନାଲ ସ୍କୁଲ ପର୍ଯ୍ୟନ୍ତ ମୋ’ ବସ୍ର ସମ୍ପ୍ରସାରଣ ପାଇଁ ବରିଷ୍ଠ ନାଗରିକମାନେ ଦାବି କରିଛନ୍ତି। ଏନେଇ ସେମାନେ ମୋ’ ବସ୍ର ପଟିଆସ୍ଥିତ କାର୍ଯ୍ୟାଳୟର ମୁଖ୍ୟ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ସେମାନେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ପୂର୍ବରୁ ଭୁବନେଶ୍ବରରେ ଯେଉଁ ଟାଉନ ବସ୍ ଚାଲୁଥିଲା ତାହା ସିଜୁଆ ପର୍ଯ୍ୟନ୍ତ ଆସୁଥିଲା। ବର୍ତ୍ତମାନ ମୋ’ ବସ୍ ଏମ୍ସ ଛକ ପର୍ଯ୍ୟନ୍ତ ଆସି ଫେରି ଯାଉଛି। ସିଜୁଆ ଏବଂ ଡୁନ୍ ସ୍କୁଲ ଚତୁପାର୍ଶ୍ବରେ ଥିବା ରଣସିଂହପୁର, ସୁନାଗୋ, ଦାମୋଦରପୁର, ଛୋଟରାୟପୁରର ଅଞ୍ଚଳବାସୀଙ୍କ ପାଇଁ ସାଧାରଣ ପରିବହନର ବ୍ୟବସ୍ଥା ନାହିଁ। ଅଧିକ ଭଡ଼ା ଦେଇ ସେମାନେ ଅଟୋରିକ୍ସାରେ ଆସିବେ ନଚେତ ୧ କିଲୋମିଟର ଚାଲିକି ଏମ୍ସ ଛକ ପର୍ଯ୍ୟନ୍ତ ପହଞ୍ଚିବାକୁ ପଡ଼ୁଛି। ଯାହା ସମସ୍ତଙ୍କ ପାଇଁ କଷ୍ଟକର ହେଉଛି। ଏଠାରେ ଅନେକ ସଂଖ୍ୟାରେ ଯାତ୍ରୀ ଥିବାରୁ ମୋ’ ବସ୍ ସିଜୁଆ ପର୍ଯ୍ୟନ୍ତ ଆସିଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ ବୋଲି ବରିଷ୍ଠ ନାଗରିକମାନେ କହିଛନ୍ତି।
ସିଜୁଆକୁ ଆସୁ ମୋ’ ବସ୍, ବରିଷ୍ଠ ନାଗରିକଙ୍କ ଦାବି
/sambad/media/post_attachments/wp-content/uploads/2022/06/mo-bus-ff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)