ଭୁବନେଶ୍ବର: ବେଆଇନ ପାର୍କିଂ କଲେ ଚକରେ ପଡ଼ିବ ତାଲା, ୫୦୦ ଟଙ୍କା ଜରିମାନା

ଭୁବନେଶ୍ବର:  ରାଜଧାନୀର ଟ୍ରାଫିକ ବ୍ୟବସ୍ଥାକୁ ସଦୃଢ କରିବା ପାଇଁ ଅଣ୍ଟା ଭିଡିଛି ପୁଲିସ । ରାଜଧାନୀରେ ବେଆଇନ ପାର୍କିଂ ଉପରେ ରୋକ ଲଗାଯାଇଛି । ଭୁବନେଶ୍ୱରରେ ବେଆଇନ ପାର୍କିଂ ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଛି କମିସନରେଟ ପୁଲିସ । ଏଣିକି ରାଜଧାନୀରେ ବେଆଇନ ପାର୍କିଂ କଲେ ଗାଡି ଚକରେ ତାଲା ପକାଯିବ । ଏହାଛଡା ବେଆଇନ ପାର୍କିଂ ପାଇଁ ୫୦୦ ଟଙ୍କା ଜରିମାନା ବାବଦକୁ ଆଦାୟ କରାଯିବ ବୋଲି ଅତିରିକ୍ତ ଟ୍ରାଫିକ ଡିସିପି ଅନିମେଷ ପଣ୍ଡା କହିଛନ୍ତି ।

ଗତ ଦୁଇଦିନ ପୂର୍ବେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦେଇଥିଲା କମିସନରେଟ ପୁଲିସ । ଏପରିକି ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ନଜର ରଖିବା ପାଇଁ ଡ୍ରୋନ ମଧ୍ୟ ଉଡ଼ାଯାଇଥିଲା । ଏହାଛଡା ଟ୍ରାଫିକ ନିୟମ ଭାଙ୍ଗୁଥିବା ଗାଡି ଚାଳକଙ୍କୁ ଆଉ ସଚେତନ କରିବା ବଦଳରେ ସିଧା କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲେ ପୋଲିସ କମିସନର ।

ସମ୍ବନ୍ଧିତ ଖବର