ପ୍ରଫେସର୍‌ ଶରତ କୁମାର ନାୟକଙ୍କ ସ୍ମୃତିସଭା

କଟକ: ରେଭେନ୍ସା କଲେଜର ଅବସରପ୍ରାପ୍ତ ଅର୍ଥନୀତି ପ୍ରଫେସର୍‌ ଶରତ କୁମାର ନାୟକଙ୍କ ଦ୍ୱାଦଶାହ ଅବସରରେ ଏକ ସ୍ମୃତିସଭା ଓ ଭଜନ ସମାରୋହ କଟକ କ୍ଲବ୍ ପରିସରରେ ଆୟୋଜିତ ହୋଇଛି। ପ୍ରଫେସର ନାୟକଙ୍କ ପରିବାର ଓ ଆତ୍ମୀୟସ୍ବଜନଙ୍କ ପକ୍ଷରୁ ଆୟୋଜିତ ଉକ୍ତ ସ୍ମୃତିସଭାକୁ ପ୍ରଫେସର୍‌ ଡକ୍ଟର ସଂଜୟ କୁମାର ସାମନ୍ତରାୟ ସଂଯୋଜନା କରିଥିଲେ।

ଏହି ଶ୍ରଦ୍ଧାଞ୍ଜଳି ସଭାରେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ବିମଳ ପ୍ରସାଦ ଦାସ, ‘ସମ୍ବାଦର ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ବିଶିଷ୍ଟ ସାହିତ୍ୟିକ ଡକ୍ଟର୍‌ ଗୋବିନ୍ଦ ଭୂୟାଁ, ଡାକ୍ତର ନବଘନ ପରିଡ଼ା, ନଟବର ଖୁଣ୍ଟିଆ, ପ୍ରଫେସର୍‌ ହରେକୃଷ୍ଣ ଶତପଥୀ, ପ୍ରଫେସର୍‌ ନଟବର ଶତପଥୀ, ଜାହବାନନ୍ଦ ମହାରଣା, ଡକ୍ଟର ଧୀରେନ୍ଦ୍ର କୁମାର ଦାସ, ସୁଶାନ୍ତ କୁମାର ଦାସ, ତପସ୍ୱିନୀ ନାୟକ, ନିଶିକାନ୍ତ ମିଶ୍ର, ଅନ୍ତର୍ଯ୍ୟାମୀ ନାୟକ, ପ୍ରଭାକର ନାୟକ, ଚିରଂଜୀବୀ ସ୍ୱାଇଁ, ବନୋଜିନୀ ନାୟକ, ଅଂଶୁମାନ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ପରିବାରବର୍ଗ ଓ ଆତ୍ମୀୟସ୍ୱଜନ ଯୋଗଦେଇ ପ୍ରଫେସର୍‌ ନାୟକଙ୍କ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ପ୍ରଫେସର ନାୟକଙ୍କ ଉଦ୍ଦେଶ୍ୟରେ ‘ସ୍ମୃତିରେ ଶରତ ସ୍ମୃତିଗ୍ରନ୍ଥ ଉନ୍ମୋଚିତ ହୋଇଥି‌ଲା।

ସମ୍ବନ୍ଧିତ ଖବର