ଭୁବନେଶ୍ବର: ଲାଇଭ୍, ଲିଜେଣ୍ଡ କ୍ରିକେଟ କ୍ଲବ୍ ପକ୍ଷରୁ ଆଇଆରସି ଭିଲେଜ୍ ଠାରେ ପୂର୍ବତନ କର୍ପୋରେଟର ସ୍ବର୍ଗତ ସମୀର ପ୍ରଧାନଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ, ସମ୍ମାନିତ ଅତିଥି ଭାବେ ମାନସୀ ସୁନ୍ଦରରାୟ, ସମାଜସେବୀ ଦେବାଶିଷ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ପ୍ରଧାନଙ୍କ ଅମର ଆତ୍ମାର ସଦ୍ଗତି କାମନା ପାଇଁ ପ୍ରାର୍ଥନା କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ଲଳିତ ମହାନ୍ତି, ଦିଲୀପ ଦଳେଇ, ବିଜୟ କୁମାର ଚମ୍ପତ୍ତିରାୟ, ଦିଗମ୍ବର ବେହେରା, ରଶ୍ମିତା ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମରେ କ୍ଲବ୍ର ସଦସ୍ୟ ଅଜୟ କୁମାର ସାହୁ, ଅଜିତ୍ ଦେହୁରୀ, ପଙ୍କଜ ଦାସ, ଜୁନେଦ୍ ଖାଁ, ଅଭିଷେକ ଜେନା, ରାହୁଲ ବିଶ୍ବାଳ, ପରେଶ ରାଉତ, ପ୍ରକାଶ ରାଉତ, ଶୁଭଙ୍କର ବସ୍ତିଆ, ମୁକେଶ ମାଝୀ, ସୁରଜିତ୍ ରାଉତ, ମନୋଜ ଦାସ, ବିକ୍ରମ ଦାସ, ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/42-8.jpg)