କମିସନରେଟ ପୁଲିସ୍‌ର ତତ୍ପରତା ହେତୁ ମାଆଙ୍କ ଶେଷ ଉପହାର ବାଇକ୍‌ ଫେରି ପାଇଲେ ପୁଅ

ହଜି ଯାଇଥିବା ସାମଗ୍ରୀ ମିଳିବା ବହୁତ କଷ୍ଟ। ହୁଏତ, ଆପଣଙ୍କ ଭିତରୁ ଅନେକ, ହଜି ଥିବା ସାମଗ୍ରୀ ଆଉ କେବେ ଫେରି ପାଇନଥିବେ। ସିଏ ବାଇକ୍‌ ହେଉ ବା ସୁନା ଗହଣା। କିନ୍ତୁ ପ୍ରଥମ ଥର ପାଇଁ କମିସନରେଟ୍‌ ପୁଲିସ୍‌ ଫେରାଉଛି ଚୋରି ହୋଇଥିବା ସାମଗ୍ରୀ। ହଜି ଯାଇଥିବା ସାମଗ୍ରୀକୁ ଖୋଜି ବାହାର କରିବା ସହ ତାକୁ ପ୍ରକୃତ ମାଲିକ ପାଖରେ ପହଂଚାଇବା ଅଭିଯାନ ଆରମ୍ଭ କରିଛି ପୁଲିସ।

ଭୁବନେଶ୍ୱର ବଢ଼େବାଙ୍କର ଭବାନୀ ଶଙ୍କର ଦୀକ୍ଷିତ। ଯିଏ ଆଜି ଫେରି ପାଇଛନ୍ତି, ବର୍ଷକ ତଳେ ହଜିଯାଇଥିବା ବାଇକ୍‌। ଯେଉଁ ବାଇକଟି ଭବାନୀଙ୍କ ତାଙ୍କ ମା’ ଉପହାର ଆକାରରେ ଦେଇଥିଲେ। ମା’ ଆରପାରିକୁ ଚାଲିଥିବା ପରେ ସନ୍ତକ ଭାବରେ ବାଇକଟିକୁ ରଖିଥିଲେ ଭବାନୀ। ହେଲେ ହଠାତ ଦିନେ ତାଙ୍କ ବାଇକ୍‌ ଚୋରି ହୋଇଗଲା। ସେ ଆଶା ବି କରିନଥିଲେ ହଜି ଯାଇଥିବା ଏହି ଗାଡ଼ିଟି ସେ କେବେ ଫେରି ପାଇବେ। ହେଲେ ପୁଲିସ, ଆଜି ଭବାନୀଙ୍କୁ ଫେରାଇଛି ତାଙ୍କ ଚୋରି ହୋଇଥିବା ବାଇକ୍‌। ପୁଲିସ ହାତରୁ ଚୋରୀ ହୋଇଯାଇଥିବା ଗାଡି ଫେରିପାଇ ବେଶ ଖୁସି ଅଛନ୍ତି ଭବାନୀ।

କେବଳ ଭବାନୀ ନୁହଁନ୍ତି ତାଙ୍କ ଭଳି ମୋଟ ୪୩ ଜଣଙ୍କ ଚୋରୀ ହୋଇଥିବା ଗାଡି, ହସ୍ତାନ୍ତର ମେଳା ଜରିଆରେ ଫେରାଇଛି କମିସନରେଟ ପୁଲିସ। ଏଥିସହ ମୋବାଇଲ ଲାପଟପ୍‌ ଇତ୍ୟାଦି ଫେରି ପାଇଛନ୍ତି ଲୋକେ। ମୋଟ ୪୦୦ରୁ ଅଧିକ ଚୋରି ବାଇକ୍‌ ଏବଂ ୫୦ରୁ ଅଧିକ ମୋବାଇଲ ଓ ଲାପଟପ ପୁଲିସ ଜବତ କରିଛି। ଚୋରୀ ହୋଇଥିବା ଗାଡିର ଠିକଣା ପାଇଁ ଭୁବନେଶ୍ୱରର ସମସ୍ତ ଥାନା ଅଧିକାରଙ୍କୁ ନିର୍ଦେଶ ଦେଇଥିଲେ ଡିସିପି। ଏକ ସ୍ପେଶାଲ ଡ୍ରାଇଭ ଫଳରେ ଶତାଧିକ ଲୋକେ ତାଙ୍କ ଚୋରୀ ହୋଇଥିବା ସାମଗ୍ରୀ ଫେରି ପାଇଛନ୍ତିା ଆଉ ବାଲିଯାତ୍ରା ପରେ, କଟକରେ ଉଦ୍ଧାର ମଧ୍ୟ, ସାମଗ୍ରୀ ହସ୍ତାନ୍ତର ମେଳାର ଆୟୋଜନ ହେବ।

 

ରାଜ୍ୟରେ ପ୍ରଥମ ଥର ପାଇଁ ଲୋକଙ୍କ ପାଖରେ ଚୋରୀ ଜିନିଷ ହଂଚାଇବାରେ ସଫଳ ହୋଇଛି କମିସନରେଟ ପୁଲିସ।

ସମ୍ବନ୍ଧିତ ଖବର