ଆଜି ସମସ୍ତ ଥାନା ଅଧିକାରୀଙ୍କୁ ମିଳିବ ଗୁରୁମନ୍ତ୍ର

ମାମଲା ଗଡ଼ୁଛି, ଚିନ୍ତାରେ ପୁଲିସ

ଭୁବନେଶ୍ୱର: ଗୋଟିଏ ପରେ ଗୋଟିଏ ମାମଲା ରୁଜୁ ହେଉଛି। ହେଲେ ଅଭିଯୁକ୍ତ ଧରାପଡ଼ୁନି। ମାମଲା ବନ୍ଦ ହେଉନି। ଚାପ ବଢ଼ି ବଢ଼ି ଚାଲିଛି। ପୂର୍ବରୁ ଚଳୁଥିଲା, ଏବେ ମୋ’ ସରକାର କାର୍ଯ୍ୟକ୍ଷମ ହେବା ପରେ ଚାପ ୩ ଗୁଣ ହୋଇଛି। ରାତି ପାହିଲେ ଶୋଭାଯାତ୍ରା, ଧାରଣା। ଆଇନଶୃଙ୍ଖଳା ସମ୍ଭାଳୁ ସମ୍ଭାଳୁ ଦିନ ଯାଉଛି। ଏଭଳି ଏକ ବିଚିତ୍ର ପରିସ୍ଥିତିରେ ପଡ଼ିଛି କମିସନରେଟ୍‌ ପୁଲିସ। ଏହାକୁ ସମ୍ଭାଳିବା ପାଇଁ ଆଜି ସମସ୍ତ ଥାନା ଇନ୍‌ସ୍‌ପେକ୍ଟର ଓ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଡାକି ପୁଲିସ କମିସନର ଗୁରୁମନ୍ତ୍ର ଦେଇଛନ୍ତି। ଆଇନ ଶୃଙ୍ଖଳା ସମ୍ଭାଳିବା ସହ ମାମଲାର ତଦନ୍ତ କିଭଳି ତ୍ବରିତ ବେଗରେ ହେବ ସେ ନେଇ ଆଲୋଚନା କରିଛନ୍ତି। ଅନେକ ମାମଲାରେ କେବଳ କାଗଜପତ୍ର ପ୍ରସ୍ତୁତିରେ ବିଳମ୍ବ ହେଉଥିବା ପରିଲକ୍ଷିତ ହୋଇଛି। ଅନେକ ଅଭିଯୁକ୍ତ ଜାମିନ୍‌ରେ ଯାଇ ଜଘନ୍ୟ ଅପରାଧ ଘଟାଉଥିବା ନଜରକୁ ଆସିଛି। ପୁରୁଣା ଅପରାଧୀ ବା ଅଭିଯୁକ୍ତଙ୍କୁ ଟ୍ରାକ୍‌ରେ ରଖିବା ସହ ସୂଚନା ପାଇବା ପାଇଁ ସାହିବସ୍ତିରେ ସୂଚନା ପ୍ରଦାନକାରୀ ବ୍ୟକ୍ତିଙ୍କୁ ପ୍ରସ୍ତୁତ କରି ରଖିବା ପାଇଁ ତଦନ୍ତକାରୀ ଅଧିକାରୀ ତଥା ଇନ୍‌ସ୍‌ପେକ୍ଟରମାନଙ୍କୁ ପରାମର୍ଶ ଦିଆଯାଇଛି। ଅନେକ ପୁରୁଣା ଘଟଣାରେ ଅଭିଯୁକ୍ତ ଧରାପଡ଼ୁ ନ ଥିବାରୁ ଉଦ୍‌ବେଗ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର