ଭୁବନେଶ୍ୱର: ପୁଲିସ ସର୍ବଦା ଲୋକଙ୍କ ମନରେ ଭୟ ସୃଷ୍ଟି କରନ୍ତି ବୋଲି ସାଧାରଣରେ ଯେଉଁ ଧାରଣା ରହିଛି ତାହା ଠିକ୍ ନୁହେଁ। ସେମାନଙ୍କ ହୃଦୟ ମଧ୍ୟ କୋମଳ। ଶାନ୍ତି ଶୃଙ୍ଖଳା ରକ୍ଷା ସହିତ ଲୋକଙ୍କ ଜୀବନ ରକ୍ଷା କରିବାକୁ ମଧ୍ୟ ସେମାନେ ଆଗ୍ରହ ରଖନ୍ତି। ସାଧାରଣ ଜନତାଙ୍କ ସହିତ ବନ୍ଧୁତା ରକ୍ଷା କରିବାକୁ ଆଗେଇ ଆସନ୍ତି। ଏହାକୁ ପ୍ରମାଣ କରିଛି ଭୁବନେଶ୍ୱର-କଟକ କମିସନରେଟ ପୁଲିସ। ରକ୍ତ ଅଭାବରୁ ଯେପରି କାହାର ପ୍ରାଣ ନ ଯାଉ ସେଥି ପ୍ରତି ଗୁରୁତ୍ୱ ଦେଇଛି ପୁଲିସ। ଏହାକୁ ଦୃଷ୍ଟିରେ ରଖି କମିସନରେଟ୍ ପୁଲିସ ଉଦ୍ୟମରେ ଓ ଇଣ୍ଡିଆନ୍ ରେଡ୍କ୍ରସ୍ ସୋସାଇଟି ସହାୟତାରେ ଆରମ୍ଭ ହୋଇଛି ଅଭିନବ ସ୍ୱେଚ୍ଛାକୃତ ରକ୍ତଦାନ ଅଭିଯାନ ‘ଜୀବନ ଆଲୋକ’। କମିସନରେଟ୍ ପୁଲିସର ଏପରି ମହତ ଉଦ୍ୟମ ଯୋଗୁ ଅଦ୍ୟାବଧି ୧୦୧୮ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ଜାନୁଆରି ୧ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଏଯାଏ ୧୮ଟି ରକ୍ତଦାନ ଶିବିର ଆୟୋଜିତ ହୋଇ ସାରିଲାଣି। ‘ଜୀବନ ଆଲୋକ’ ଯୋଜନାରେ ପୁଲିସ ଉତ୍ସାହୀ ବ୍ୟକ୍ତି ଓ ସ୍ୱେଚ୍ଛାସେବୀ ସଂଗଠନ ମାଧ୍ୟମରେ ଲୋକଙ୍କୁ ରକ୍ତଦାନ କରିବାକୁ ସଚେତନ କରାଉଛି। ସୂଚନା ଅନୁଯାୟୀ ଗୁରୁବାର ରୋଟାରି କ୍ଲବ୍ ଭୁବନେଶବର, ଆଇଆର୍ସିଏସ୍ ଆଞ୍ଚଳିକ ଶାଖା ଓ ପୁଲିସ କମିସନରେଟ୍ର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଭିଏସ୍ଏସ୍ ନଗରସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟ୍ ପରିସରରେ ଅନୁଷ୍ଠିତ ହୋଇଥିଲା। ଏହି ଶିବିରରୁ ୧୦୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ରୋଟାରି କ୍ଲବ୍ର ସଭାପତି ମମତା ପାଢ଼ୀ, ସଂପାଦକ ସତ୍ୟଜିତ ମହାନ୍ତି, ଡିଜିଏମ୍ ଦେବାଶିଷ ମିଶ୍ର ପ୍ରମୁଖ ଶିବିରରେ ଅତିଥି ଭାବେ ଯୋଗଦେଇଥିଲେ।
ରକ୍ତଦାନ କରି ଜୀବନ ବଞ୍ଚାଉଛି ପୁଲିସ
କମିସନରେଟ୍ ପୁଲିସର ‘ଜୀବନ ଆଲୋକ’
/sambad/media/post_attachments/wp-content/uploads/2018/03/BLOOD-DONATION-CAMP-COMMISSIONARATE-POOLICE.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)