ଭୁବନେଶ୍ୱର: ପୂଜା ସମୟରେ କୋଭିଡ ଗାଇଡଲାଇନକୁ ଅଣାଦେଖା କରିଥିବା ମାର୍କେଟ ବିଲଡିଂର ଦୋକାନୀଙ୍କ ବିରୋଧରେ କମିସନରେଟ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଛି। ପୁଲିସ ୫ ଜଣ ଦୋକାନୀଙ୍କ ଠାରୁ ଜରିମାନା ଆଦାୟ କରିଛି।

Advertisment

ଦଶହରା ଅବସରରେ ବଜାରରେ ଅସମ୍ଭାଳ ଭିଡ଼ ହୋଇଛି। ଗତକାଲି ଭଳି ଆଜି ମଧ୍ୟ ସନ୍ଧ୍ୟାରେ ମାର୍କେଟ ବିଲ୍‌ଡିଂରେ ପ୍ରବଳ ଭିଡ଼ ଲାଗିଥିଲା। ଗତକାଲି ଭିଡ ଖବର ପାଇ ପୁଲିସର ଏକ ଟିମ୍‌ ଚଢ଼ାଉ କରିିଥିଲା। ପୁଲିସ ଭିଡ଼କୁ ଦୃଷ୍ଟିରେ ରଖି ପରିସ୍ଥିତି ନିୟନନ୍ତ୍ରଣ କରିବା ପାଇଁ ଗୋଟିଏ ପ୍ଲାଟୁନ୍‌ ଫୋର୍ସ ମୁତୟନ କରିଥିଲା।

ମାର୍କେଟ ବିଲଡିଂରେ କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ୭୫ରୁ ଉର୍ଦ୍ଧ୍ୱ ଲୋକଙ୍କ ଠାରୁ ଜରିମାନା ଆଦାୟ କରିଥିଲା। ସନ୍ଧ୍ୟା ୬ଟା ପରେ ମାର୍କେଟ ବିଲ୍‌ଡିଂରେ ଧିରେ ଧିରେ ଭିଡ଼ ଜମିଥିଲା କିଛି ସମୟ ଭିତରେ ଜନ ସମୁଦ୍ର ପାଲଟି ଯାଇଥିଲା। ଖବର ପାଇ ଡିସିପି(ସିକ୍ୟୁରିଟି) ର୍ନିମଳ ଶତପଥୀ ଏକ ପ୍ଲାଟୁନ୍‌ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରିଥିଲେ।