ଭୁବନେଶ୍ୱର: ବର୍ଷାରେ ରାଜଧାନୀ ଜଳବନ୍ଦୀ ହେବା ଦିନଠାରୁ ବିଏମ୍ସି କର୍ତ୍ତୃପକ୍ଷ ବର୍ଷା ଜଳ ନିଷ୍କାସନର ସ୍ଥାୟୀ ସମାଧାନ ବାହାର କରିବା ପାଇଁ ଜୋରଦାର୍ ଉଦ୍ୟମ ଚଳାଇଛନ୍ତି। ରାଜଧାନୀକୁ ୧୩ଟି ସବଜୋନ୍ରେ ବିଭକ୍ତ କରି ଅଧିକାରୀମାନଙ୍କୁ ସପ୍ତାହକୁ ତିନିଦିନ କ୍ଷେତ୍ର ପରିଦର୍ଶନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପଟେ ବିଏମ୍ସି କମିସନର୍ କ୍ରିଷନ କୁମାର ବି ସକାଳୁ ସକାଳୁ ବିଭିନ୍ନ ଓ୍ଵାର୍ଡ, ମୁଖ୍ୟ ଡ୍ରେନ୍ ଅଞ୍ଚଳ ବୁଲି ସ୍ଥିତିର ସମୀକ୍ଷା କରୁଛନ୍ତି। ଆଜି ସକାଳୁ କମିସନର ଅତିରିକ୍ତ କମିସନର ଶୁଭମ୍ ସକ୍ସେନା, ସିଟି ଇଞ୍ଜିନିୟର ଦେବ ପ୍ରସାଦ ମହାପାତ୍ରଙ୍କ ସହ ଇଞ୍ଜିନିୟରିଂ ଟିମ୍କୁ ନେଇ ମୁଖ୍ୟ ଡ୍ରେନ୍ ୫ ପରିଦର୍ଶନ କରିଛନ୍ତି। ଜନପଥରୁ ବାହାରିଥିବା ଏହି ମୁଖ୍ୟ ଡ୍ରେନ୍ କଡ଼ କଡ଼େ ସେ ମାଳି ସାହି, ବୁଦ୍ଧେଶ୍ୱରୀ କଲୋନି, ଲକ୍ଷ୍ମୀ ସାଗର, ବଡ଼ଗଡ଼ ଅଞ୍ଚଳ ଦେଇ ଗଙ୍ଗୁଆ ନାଳ ପର୍ଯ୍ୟନ୍ତ ଚାଲି ଚାଲି ବୁଲିଥିଲେ। ଯେଉଁଠି ଜବରଦଖଲ ଅଛି, ଡ୍ରେନ୍ ସଙ୍କୁଚିତ ହୋଇଛି ତାହାର ସମୀକ୍ଷା କରିଥିଲେ। ତୁରନ୍ତ ଜବରଦଖଲ ଉଚ୍ଛେଦ କରିବା ସହ ଜମି ଅଧିଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁମାନଙ୍କର ଜମି ଅଧିଗ୍ରହଣ ହେବ ସେମାନଙ୍କୁ ସ୍ଥାନୀୟ ଅଞ୍ଚଳର ବେଞ୍ଚ ମାର୍କ ମୂଲ୍ୟ ଅନୁସାରେ ଦାମ୍ ଦେବାକୁ କହିଥିଲେ। ଯେଉଁମାନେ ଜମି ଦେବାକୁ ରାଜି ନହେବେ ସେମାନଙ୍କୁ ଫୋର୍ ଓ୍ଵାନ୍ ନୋଟିସ୍ ଦେଇ ଜମି ଅଧିଗ୍ରହଣ କରିବାକୁ କୁହାଯାଇଛି।
ଡ୍ରେନ୍ କଡ଼ରେ ୬କିମି ଚାଲିଲେ କମିସନର୍
/sambad/media/post_attachments/wp-content/uploads/2018/08/BISWAJIT.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)