ଭୁବନେଶ୍ୱର : ଡ୍ୟୁଟି କରୁଥିବା ବେଳେ ପୁଲିସ ମୋବାଇଲ ଫୋନ୍ରେ କଥା ହୋଇ ପାରିବେ ନାହିଁ। ଏଭଳି ନିର୍ଦ୍ଦେଶ ପୁରୁଣା ହେଲେ ମଧ୍ୟ କଡ଼ାକଡ଼ି କରିଛନ୍ତି ପୁଲିସ କମିସନର। ଏଭଳି ଅଭିଯୋଗର ପ୍ରମାଣ ମିଳିଲେ ସମ୍ପୃକ୍ତ ପୁଲିସ କର୍ମଚାରୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି। କେତେକ କର୍ମଚାରୀ ଅଛନ୍ତି ସରକାରୀ ଡ୍ୟୁଟିକୁ ଆନ୍ତରିକତାର ସହ କରୁଛନ୍ତି। ନିଜ ଡ୍ୟୁଟି ସହ ଦିବ୍ୟାଙ୍ଗ ବା ସହାୟତା ଲୋଡୁଥିବା ପଥଚାରୀକୁ ସାହାଯ୍ୟ କରୁଛନ୍ତି। କିନ୍ତୁ ଆଉ କିଛି କର୍ମଚାରୀ ଅଛନ୍ତି ଟ୍ରାଫିକ୍ ହେଉ ବା ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ଭାଳିବା ବେଳେ ମଧ୍ୟ ମୋବାଇଲ୍ରେ ଗପୁଛନ୍ତି। ଏଭଳି ଅଭିଯୋଗ ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଆସିବା ପରେ ନିର୍ଦ୍ଦେଶନାମା ଜାରି ହୋଇଛି। ତେବେ ଏଭଳି ନିର୍ଦ୍ଦେଶ ପରେ ମଧ୍ୟ କର୍ମଚାରୀମାନେ ଘଣ୍ଟା ଘଣ୍ଟା ମୋବାଇଲ୍ରେ ଗପୁଥିବା ଦେଖାଯାଇଛି। ଏବେ ଆଉ ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ପୁଲିସ କମିସନର କହିଛନ୍ତି।
ଡ୍ୟୁଟି ବେଳେ ମୋବାଇଲ୍ ମନା : ଡ୍ୟୁଟି କରୁଥିବା ବେଳେ ପୁଲିସ ମୋବାଇଲ ଫୋନ୍ରେ କଥା ହୋଇ ପାରିବେ ନାହିଁ
/sambad/media/post_attachments/wp-content/uploads/2020/01/police.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)