ଭୁବନେଶ୍ବର: ସମସ୍ୟାର ସମାଧାନ ଆତ୍ମହତ୍ୟା ନୁହେଁ। ଜୀବନରେ ଶୃଙ୍ଖଳିତ ହେବା ଜରୁରି। ଆଜି କମିସନରେଟ୍ ପୁଲିସ ଓ ନମନ ଫାଉଣ୍ଡେସନ୍ ପକ୍ଷରୁ ଭୁବନେଶ୍ୱରର ରେଳ ଅଡିଟୋରିୟମ୍ରେ ଆୟୋଜିତ ସାମାଜିକ-ସାଂସ୍କୃତିକ କାର୍ଯ୍ୟକ୍ରମ ‘ଜୀବନ ଜିନ୍ଦାବାଦ’ରେ ଏଭଳି ବାର୍ତ୍ତା ଦିଆଯାଇଛି।ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି କୌଣସି ପରିସ୍ଥିତିରେ ବି ଆତ୍ମହତ୍ୟା ନକରିବାକୁ ବାର୍ତ୍ତା ଦେଇଥିଲେ। କହିଥିଲେ ଜୀବନରେ ଯେକୌଣସି ମୁହର୍ତ୍ତରେ ବି କଷ୍ଟ ଆସିପାରେ। ମାତ୍ର ଏହାକୁ ସାମନା କରି ଆଗକୁ ବଢ଼ିବା ହିଁ ଜୀବନର ଆହ୍ବାନ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ। ଦିନକୁ ଦିନ ଯୁବପିଢ଼ି, ମହିଳାଙ୍କଠାରୁ ଆରମ୍ଭ କରି ବିଭିନ୍ନ ବର୍ଗରେ ଆତ୍ମହତ୍ୟା ଉଦ୍ବେଗଜନ ଭାବେ ବଢ଼ିଚାଲିଛି। ଏହାକୁ ରୋକିବା ପାଇଁ ଆମେ ସଚେତନ ହେବା ସହ ଅନ୍ୟଙ୍କୁ ସଚେତନ କରିବା ଜରୁରୀ। ଏହି ଅବସରରେ ଜୀବନ ଯେ କେତେ ମୂଲ୍ୟବାନ, ସେ ଉପରେ ୩ଟି ନାଟକ ପରିବେଷିତ ହୋଇଥିଲା। ‘ଓଡ଼ିଆ କଳାକର୍ଣ୍ଣକା ସ୍ୱର’ ଦ୍ୱାରା ଆତ୍ମହତ୍ୟା ପରେ ଶାନ୍ତି ଆଶା କରୁଥିବା ଏକ ଆତ୍ମା କିପରି ଅନୁତାପ ଓ ଯନ୍ତ୍ରଣାରେ ଜର୍ଜରିତ ହୋଇଥାଏ, ତାକୁ ଅତି ନିଖୁଣ ଭାବେ ବ୍ୟଙ୍ଗ ମାଧ୍ୟମରେ ପରିବେଷଣ କରାଯାଇଥିଲା। ସେହିପରି ଅଭିନେତା ସବ୍ୟସାଚୀ ମିଶ୍ର, ଶୈଳେନ୍ଦ୍ର ସାମନ୍ତରାୟ, ଅଭିନେତ୍ରୀ ଦିବ୍ୟା ମହାନ୍ତି, ସଂଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦଙ୍କ ଓ ମନସ୍ତତ୍ତ୍ୱବିତ୍ ଡକ୍ଟର ଅମୃତ ପାଟଯୋଶୀଙ୍କ ସହ ଲାଇଭ୍ ଆଲୋଚନା ହୋଇଥିଲା।
କାର୍ଯ୍ୟକ୍ରମରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆ, ପୁଲିସ କମିସନର ଏସ୍ ଦେବଦତ୍ତ ସିଂହ, ଅତିରିକ୍ତ ଡିଜିପି ପ୍ରତୀକ ମହାନ୍ତି, ଦୟାଲ ଗଙ୍ଗୱାର, ସୁଶାନ୍ତ ନାଥ, ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ, ଆଇଜି ପ୍ରବୀଣ କୁମାର, ଡିଆଇଜି ଉମାଶଙ୍କର ଦାଶ, ଡିସିପି ଜଗମୋହନ ମୀନା, ଡିସିପି କଟକ ଋଷିକେଶ ଜ୍ଞାନଦେଓଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ।
କମିସନରେଟ୍ ପୁଲିସ ପକ୍ଷରୁ ‘ଜୀବନ ଜିନ୍ଦାବାଦ’: ‘ସମସ୍ୟାର ସମାଧାନ ଆତ୍ମହତ୍ୟା ନୁହେଁ’
ସମସ୍ୟାର ସମାଧାନ ଆତ୍ମହତ୍ୟା ନୁହେଁ। ଜୀବନରେ ଶୃଙ୍ଖଳିତ ହେବା ଜରୁରି। ଆଜି କମିସନରେଟ୍ ପୁଲିସ ଓ ନମନ ଫାଉଣ୍ଡେସନ୍ ପକ୍ଷରୁ ଭୁବନେଶ୍ୱରର ରେଳ ଅଡିଟୋରିୟମ୍ରେ ଆୟୋଜିତ ସାମାଜିକ-ସାଂସ୍କୃତିକ........
/sambad/media/media_files/2025/08/12/untitled-9-2025-08-12-06-53-22.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)