୪ ଟି ପ୍ରମୁଖ ରାସ୍ତାରେ ବରଯାତ୍ରୀ ଶୋଭାଯାତ୍ରା ନିଷିଦ୍ଧ

ନୂଆବର୍ଷରେ କମିସନରେଟ୍‌ ପୁଲିସର ନୂଆ ନିୟମ

ଭୁବନେଶ୍ୱର: ନୂଆବର୍ଷରେ କମିସନରେଟ ପୁଲିସର ନୂଆ ନିୟମ। ରାଜଧାନୀର ୪ଟି ପ୍ରମୁଖ ରାସ୍ତାକୁ ବରଯାତ୍ରୀ ଶୋଭାଯାତ୍ରା ବା ରୋଷଣୀ ନିଷିଦ୍ଧ ଘୋଷଣା କରାଯାଇଛି। ଏ ନେଇ ଆଜି କମିସନରେଟ ପୁଲିସ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୁଲିସ କମିସନର ଖୁରାନିଆଙ୍କ ସୂଚନା ଅନୁଯାୟୀ ରାଜଧାନୀର ରସୁଲଗଡ଼ରୁ ରବି ଟକିଜ(କଟକରୋଡ), ଶିଶୁଭବନ ଛକରୁ ବାଣୀବିହାର, ବିମାନବନ୍ଦରରରୁ ନନ୍ଦନକାନନ ରାସ୍ତା, ଶିଶଭବନ ଛକରୁ ଏଜି-ଗଭର୍ଣ୍ଣର ହାଉସ ଛକ ପ୍ରମୁଖ ରାସ୍ତାରେ ରୋଷଣୀ ଯିବା ସମୟରେ ବହୁ ପରିମାଣର ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ତେଣୁ ଏହି ୪ଟି ରାସ୍ତାରେ କୌଣସି ପ୍ରକାରର ବରଯାତ୍ରୀ ଶୋଭଯାତ୍ରା ଯାଇ ପାରିବ ନାହିଁ ବୋଲି ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ ସୂଚନା ଦେଇଛନ୍ତି।

ସେହିପରି ବର ରୋଷଣୀବେଳେ ବ୍ୟାଣ୍ଡ ବାଜା ଓ ବରଯାତ୍ରୀଙ୍କ ସହିତ ଦୁଇ ଜଣ ଘରୋଇ ସୁରକ୍ଷା କର୍ମୀ ନିୟୋଜିତ ଖୁବ୍‌ ଶୀଘ୍ର ନିଯୁକ୍ତି ହେବେ। ବରଯାତ୍ରୀ ଶୋଭାଯାତ୍ରାରେ ସୁରକ୍ଷା କର୍ମୀ ନ ରହିଲେ ବର ପକ୍ଷଙ୍କୁ ରାସ୍ତାରେ ରୋଷଣୀ କରି ଯିବାକୁ କମିସନରେଟ୍‌ ପୁଲିସ ଅନୁମତି ପ୍ରଦାନ କରିବ ନାହିଁ। ଏଭଳି ନିୟମ ଲାଗୁ କରିବାକୁ ଯାଉଛି କମିସନରେଟ୍‌ ପୁଲିସ। ଏନେଇ ଖୁବ୍‌ ଶୀଘ୍ର ବିଜ୍ଞ୍ୟପ୍ତି ପ୍ରକାଶ ପାଇବ।

ସମ୍ବନ୍ଧିତ ଖବର