ଦୀପାବଳି ପାଇଁ କମିସନରେଟ୍‌ ପୁଲିସର ପ୍ରସ୍ତୁତି : ନିୟୋଜିତ ହେବେ ୧୦ ପ୍ଲାଟୁନ୍‌ ଫୋର୍ସ ଓ ୧୫୦ ଅଫିସର୍‌

ଭୁବନେଶ୍ବର : ଆଉ ମାତ୍ର ଦୁଇ ଦିନ ପରେ ଆଲୋକର ପର୍ବ ଦୀପାବଳ। ପର୍ବକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବାକୁ କମିସନରେଟ୍‌ ପୁଲିସ ପ୍ରସ୍ତୁତି ଆରମ୍ଭ କରିଛି। ଏଥିପାଇଁ ସାରା ସହରରେ ୧୨ ପ୍ଲାଟୁନ୍‌ ପୁଲିସ ଫୋର୍ସ ନିୟୋଜିତ ହେବେ। ଭୁବନେଶ୍ବରକୁ ୧୨ଟି ଜୋନ୍‌ରେ ବିଭକ୍ତ କରାଯାଇଛି। ପ୍ରତି ଜୋନରେ ଜଣେ ଏସିପି ଦାୟିତ୍ବରେ ରହିବେ। ସହରର ପ୍ରତି ସମ୍ବେଦନଶୀଳ ଛକରେ ପୁଲିସ ବ୍ଲକି˚ କରିବ। ୧୫୦ଜଣ ଅଫିସର ଓ ୬ଶହରୁ ଅଧିକ କର୍ମଚାରୀ ଏହି ସୁରକ୍ଷା ଦାୟିତ୍ବରେ ରହିବେ। ବିଶେଷକରି ମଦ୍ୟପାନ କରି ଗାଡ଼ି ଚଳାଉଥିବା ଏବ˚ ବିଳମ୍ବିତ ରାତି (୧୦ଟା) ପରେ ବାଣଫୁଟା ଉପରେ ରୋକ ଲଗାଯାଇଛି। ଏହା ଛଡ଼ା ବେଆଇନ୍‌ ବାଣ ବିକ୍ରି ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି।

ଡିସିପି ଶ୍ରୀ ସାହୁଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଆସନ୍ତାକାଲିଠାରୁ ବେଆଇନ ବାଣ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ। ଯେଉଁମାନେ ବିନା ଅନୁମତି ବା ଜନଗହଳିପୂର୍ଣ୍ଣ ଅଞ୍ଚଳରେ ବାଣ ବିକ୍ରି କରୁଥିବେ, ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିକ୍ରି ବାଣ ଜବତ କରାଯିବା ସହ ଜରିମାନା ଆଦାୟ କରାଯିବ। ଆଜି ସୁଦ୍ଧା ରାଜଧାନୀରେ ୧୭୨ଜଣ ଲାଇସେନ୍ସଧାରୀଙ୍କୁ ବାଣ ବିକ୍ରି କରିବାକୁ ଅନୁମତି ମିଳିଛି। କେତେକ ଜାଗାରେ ବିବାଦ ଥିବାରୁ ବାଣ ବିକ୍ରି କରିବାକୁ ଅନୁମତି ମିଳିନାହିଁ।

ଦୀପାବଳି ପାଇଁ ସ˚ଧୢାରୁ କମିସନରେଟ୍‌ ପୁଲିସ କଡ଼ା ସୁରକ୍ଷା ଅବଲମ୍ବନ କରିବ। ରାଜଧାନୀର ମୁଖ୍ୟ ରାସ୍ତାରେ କେହି ବାଣ ଫୁଟାଇପାରିବେ ନାହିଁ। ରାତି ୧୦ଟା ପରେ ରାଜଧାନୀର କୌଣସି ସ୍ଥାନରେ ବାଣ ଫୁଟି ପାରିବ ନାହିଁ। ଯଦି କୌଣସି ଅଞ୍ଚଳରେ ବାଣ ଫୁଟୁଥିବ, ସ୍ଥାନୀୟ ଲୋକ ଚାହିଁଲେ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଖବର ଦେବେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ୧୨୫ଡେସିବିଲରୁ ଅଧିକ ଶବ୍ଦର ବାଣ କେହି ଫୁଟାଇ ପାରିବେ ନାହିଁ ବିକ୍ରି ଉପରେ ମଧୢ କଟକଣା ଜାରି ହୋଇଛି।

ସମଗ୍ର ରାଜଧାନୀକୁ ୧୨ଟି ଜୋନ୍‌ରେ ବିଭକ୍ତ କରାଯାଇଛି। ଏହି ଜୋନ୍‌କୁ ଜଣେ ଜଣେ ଏସିପି ସମ୍ଭାଳି‌‌ବେ। ଏସିପି ଓ ତାଙ୍କ ଟିମ୍‌ ନିଜ ଜୋନ୍‌ରେ ଦୀପାବଳି ରାତିରେ ପାଟ୍ରୋଲି˚ କରିବେ। ମଦ୍ୟପାନ କରି ଗାଡ଼ି ଚଳାଉଥିବା ଚାଳକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆବଶ୍ୟକ ହେଲେ ଗିରଫ କରାଯିବ ବୋଲି ଡିସିପି ଶ୍ରୀ ସାହୁ ସୂଚନା ଦେଇଛନ୍ତି।

ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରସ୍ତୁତି
ଦୀପାବଳି ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। କୌଣସି ସ୍ଥାନରେ ଅଘଟଣ ନ ଘଟିବା ପାଇଁ ଅଗ୍ନିଶମ ବିଭାଗ ସତର୍କ ରହିବ। ଅଗ୍ନିଶମ କେନ୍ଦ୍ର ବ୍ୟତୀତ ଦମକଳ ଗାଡ଼ି ମାଷ୍ଟରକ୍ୟାଣ୍ଟିନ୍‌, ଜୟଦେବ ବିହାର, ବରମୁଣ୍ତାରେ ମୁତୟନ ହେବେ। ଅଗ୍ନିଶମ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି। ଅଗ୍ନିକାଣ୍ତ ଖବର ପାଇବା ପରେ ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବେ।

ସମ୍ବନ୍ଧିତ ଖବର