ଭୁବନେଶ୍ୱର: ସ୍ମାର୍ଟ କିଓସ୍କ ସାମ୍ନାରେ ୧୦ ଫୁଟ ପର୍ଯ୍ୟନ୍ତ ରାସ୍ତା ସଫା କରିବେ। କୌଣସି ପରିସ୍ଥିତିରେ ପରିମଳକୁ ନେଇ ବୁଝାମଣା କରା ଯାଇପାରିବ ନାହିଁ। ଦୋକାନ ସାମ୍ନାରେ ଆବର୍ଜନା ଦେଖାଗଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଜି ସ୍ମାର୍ଟ ଜନପଥରେ ପଡ଼ିଥିବା ସ୍ମାର୍ଟ କିଓସ୍କ ସବୁ ବୁଲି ଦେଖିବା ବେଳେ ବିଏମସି କମିସନର ତଥା ବିଏସସିଏଲ(ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ) ସିଇଓ ବିଜୟ ଅମୃତା କୁଲାଙ୍ଗେ ବ୍ୟବସାୟୀମାନଙ୍କୁ ତାଗିଦ କରିଛନ୍ତି।
ଆଜି ସନ୍ଧ୍ୟାରେ ବିଏସସିଏଲ ମହାପ୍ରବନ୍ଧକ କମଲଜିତ ଦାସଙ୍କ ସମେତ ଅନ୍ୟ ଅଧିକାରୀଙ୍କ ସହ ସେ ସ୍ମାର୍ଟ ଜନପଥ ବୁଲି ଦେଖିଥିଲେ। ବ୍ୟବସାୟୀମାନେ ଫୁଟପାଥ ଜବରଦଖଲ କରିବା ସହ ଆବର୍ଜନା ଜମା କରୁଥିବା ଅଭିଯୋଗ ରହିଥିଲା। ନିକଟ ଅତୀତରେ ସ୍ମାର୍ଟ ସିଟି ପକ୍ଷରୁ ଚଢ଼ଉ କରାଯାଇ ୯ଟି ଦୋକାନ ସିଲ୍ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/51-10.jpg)
