କମିସନରେଟ ପୁଲିସ ଜାରି କଲା ଆଡଭାଇଜରି: ରାତି ୧୦ଟା ଯାଏଁ ଫୁଟିବ ବାଣ

ଭୁବନେଶ୍ୱର: ତିନି ଦିନ ପରେ ଓଡ଼ିଶା ସମେତ ସାରା ଦେଶରେ ଦୀପାବଳି ପାଳନ ହେବ। ସୁରକ୍ଷିତ ଭାବେ ଦୀପାବଳି ପାଳନ କରିବା ପାଇଁ ଭୁବନେଶ୍ୱର କମିସନରେଟ ପୁଲିସ ଆଡଭାଇଜରି କରିଛି। କମିସନରେଟ ପୁଲିସ ସଂଧ୍ୟା ୮ଟାରୁ ରାତି ୧୦ଟା ଯାଏ ବାଣ ଫୁଟାଇବା ଓ ଲାଇସେନ୍‌ସ ପ୍ରାପ୍ତ ଦୋକାନୀଙ୍କଠୁ ବାଣ କିଣିବାକୁ ପରାମର୍ଶ ଜାରି କରିଛି। ସେହିପରି ୧୨୫ ଡେସିବେଲରୁ ଅଧିକ ଶବ୍ଦ କରୁଥିବା ବାଣ ବିକ୍ରିକୁ ନିଷେଧ କରିଛି। ଦୀପାବଳିରେ ଚାଇନା ବାଣ ନ କିଣିବାକୁ ଲୋକଙ୍କୁ ପରାମର୍ଶ କରିଛି।

ସମ୍ବନ୍ଧିତ ଖବର