ହକିକୁ ନେଇ ‘କମନ୍‌ ଇଣ୍ଡିଆ’

ଭୁବନେଶ୍ବର: ହକି ବିଶ୍ବକପ୍‌ ଚାଲିଥିବା ବେଳେ ଏହାକୁ ନେଇ ସ୍ବତନ୍ତ୍ର ଭିଡିଓ ପ୍ରସ୍ତୁତ କରିଛି ସୁର୍‌ ଭାଇବ୍ରେସନ୍‌। କଣ୍ଠଶିଳ୍ପୀ ଜୟଶ୍ରୀ ଧଳ ‘ତୁ‌ ମେରି ଜାନ୍‌, ତୁ ମେରି ମାନ୍‌…ଶୀର୍ଷକ ଗୀତ ଗାଇଥିବା ବେ‌‌ଳେ ୨ ମିନିଟ୍‌ ୫୦ ସେକେଣ୍ଡ୍‌ର ଏହି ଗୀତଟି ସୋସିଆଲ୍‌ ମିଡିଆରେ ପ୍ରଶଂସିତ ହୋଇଛି। ଏଥିରେ ହକି ବିଶ୍ବକପ୍‌ ଆୟୋଜନଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଉତ୍ସାହପ୍ରଦ କାର୍ଯ୍ୟକୁ ଦେଖାଯାଇଛି। ଏଥିସହ ଓଡ଼ିଶାର କଳା ସଂସ୍କୃତି ଓ ପରମ୍ପରାକୁ ଏହି ଭିଡିଓ ଜରିଆରେ ପ୍ରଦର୍ଶିତ କରାଯାଇଛି। ବିଶେଷକରି ଭାରତୀୟ ହକି ଦଳକୁ ଉତ୍ସାହିତ କରିବା ପାଇଁ ଗୀତଟି ଉ‌ଦ୍ଦିଷ୍ଟ ଥିଲେ ହେଁ ଏଥିରେ ଓଡ଼ିଶାର ଜନଜୀବନ ଓ ସଂସ୍କୃତିକୁ ସ୍ଥାନିତ କରାଯାଇଥିବାରୁ ଏହା ପ୍ରଶଂସାଭାଜନ ହୋଇପାରିଛି ବୋଲି ଶ୍ରୀମତୀ ଧଳ କହିଛନ୍ତି। ଏଥିସହ ହକି ବିଶ୍ବକପ୍‌ ଆୟୋଜନ ଦ୍ବାରା ଓଡ଼ିଶାର ଖ୍ୟାତି ବିଶ୍ବବ୍ୟାପୀ ହୋଇଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର