ବାଉନସରଙ୍କୁ ସାଙ୍ଗରେ ନେଇ ପାର୍ଲରରେ ତାଲା ପକାଇଦେଲେ ଲେଡି ଡନ୍

ଭୁବନେଶ୍ବର: ପାର୍ଲର ଭିତରେ ଦାଦାଗିରି । ବାଉନସରଙ୍କୁ ସାଙ୍ଗରେ ନେଇ ପାର୍ଲରରେ ତାଲା ପକାଇଦେଲେ ଲେଡି ଡନ ସୀମା । ଲେଡି ଡନ ସୀମାଙ୍କଠାରୁ ପାର୍ଲର ମାଲିକଙ୍କ ବନ୍ଧୁ ୩ ଲକ୍ଷ ଟଙ୍କା ଉଧାର ନେଇଥିଲେ । କିନ୍ତୁ ପରେ ଟଙ୍କା ଫେରାଇ ନଥିଲେ । ପାର୍ଲରର ମାଲିକ ଏଥିରେ  ମଧ୍ୟସ୍ଥି ଥିବା ଯୋଗୁ ଟଙ୍କା ପାଇଁ ତାଙ୍କ ଉପରେ ଜୁଲମ କରିଛନ୍ତି ଲେଡି ଡନ । ଏଭଳି ଘଟଣା ଦେଖିବାକୁ ମିଳିଛି ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ କଟକ ରୋଡ ଅଂଚଳରେ ।

ପାର୍ଲର ମାଲିକ ଜଣେ ମହିଳା ହୋଇଥିବା ବେଳେ ଲେଡି ଡନ ସୀମା ତାଙ୍କ ପାର୍ଲର ଭିତରେ ପଶି ଦୁର୍ବ୍ୟବହାର କରିଥିଲେ। ଏପିରିକି ତିନି ମାସ ଭିତରେ ଟଙ୍କା ନଫେରାଇଲେ ପାର୍ଲରକୁ ବିକି ଦେବାକୁ ଧମକ ଦେଇଛନ୍ତିି ଲେଡି ଡନ । ଏ ନେଇ ପାର୍ଲର ମାଲିକ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ ।

୧୦ ଦିନ ଧରି ଥାନାରେ ରାତି ୧୦ଟା ଯାଏ ମହିଳା ଜଣଙ୍କ ଅପେକ୍ଷା କରିଥିଲେ ମଧ୍ୟ ପୁଲିସ କିଛି ବୁଝି ନଥିଲା । ଥାନା ବାହାରେ ବାଉନସରଙ୍କୁ ଧରି ଲେଡି ଡନ ସୀମା ଧମକ ଦେଉଥିଲେ ବୋଲି ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ଲେଡି ଡନଙ୍କ ଭୟରେ ସେ ୨ ଦୁଇ ଦିନ ହେବ ପାର୍ଲର ବନ୍ଦ ରଖିଛନ୍ତି ବୋଲି କହିଛନ୍ତି ମହିଳା ।

 

ସମ୍ବନ୍ଧିତ ଖବର