ମିଳିଲାନି କ୍ଷତିପୂରଣ; ଧାରଣା ଦେବେ ସେବାୟତ

ଭୁବନେଶ୍ବର : କରୋନା କଟକଣା ଯୋଗୁଁ ମଠମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଥିଲା। ଫଳରେ ଦେବୋତ୍ତର କମିସନ ଅଧୀନରେ ଥିବା ମଠ ମନ୍ଦିରର ସେବାୟତମାନେ ଆର୍ଥିକ ସ୍ତରରେ କ୍ଷତିଗ୍ରସ୍ତ ହୋଇଥିଲେ। ସେମାନଙ୍କୁ ଆର୍ଥିକ ସହାୟତା କରିବା ପାଇଁ ହାଇକୋର୍ଟ ଆଦେଶ ଦେଇଥିଲେ। ହେଲେ ଏଯାବତ୍‌ ସହାୟତା ପ୍ରଦାନ କରାଯାଇନାହିଁ। ଆସନ୍ତା ୧୫ ଦିନ ମଧ୍ୟରେ ସହାୟତା ପ୍ରଦାନ କରାନଗଲେ ଦେବୋତ୍ତର କମିସନଙ୍କ ଅଧୀନରେ ଥିବା ମଠ ମନ୍ଦିରର ସେବାୟତମାନେ ଦେବୋତ୍ତର କମିସନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା‌ ଦେବାକୁ ଚେତାବନୀ ଦେଇଛନ୍ତି। ଏ ନେଇ ସେମାନେ ଦେବୋତ୍ତର କମିସନ, ଆଇନ ମନ୍ତ୍ରୀ, ରିଲିଫ୍ କମିସନରଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି। ସନ୍ତୋଷ ପଣ୍ଡା, ହରିହର ପଣ୍ଡା, ଭବାନୀ ମହାପାତ୍ର, ରାଜେନ୍ଦ୍ର ପଣ୍ଡା, ହିମାଂଶୁ ପଣ୍ଡା, ମାନଗୋବିନ୍ଦ ପଣ୍ଡା, ଜଗନ୍ନାଥ ପଣ୍ଡା, ସଦାଶିବ ପଣ୍ଡା, କାମଦେବ ପଣ୍ଡା, ହରିହର ପାଢ଼ୀ, ସୁରେନ୍ଦ୍ର ପଣ୍ଡା ପ୍ରମୁଖ ଲିଖିତ ଭାବେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର