ଚନ୍ଦ୍ରଶେଖରପୁର: ପ୍ରଶାନ୍ତିବିହାରସ୍ଥିତ ‘ଦି କ୍ଲବ୍’ ପକ୍ଷରୁ ରଜ ମହୋତ୍ସବ ପାଳିତ ହେଉଛି। ତିନି ଦିନ ଧରି ପାଳିତ ହେବାକୁ ଥିବା ଏହି ମହୋତ୍ସବ ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଉଭୟ ପୁରୁଷ ଓ ମହିଳା ବର୍ଗରେ ନୃତ୍ୟ, ଚିତ୍ରାଙ୍କନ, ମ୍ୟୁଜିକ୍ ଚେୟାର, ରଙ୍ଗୋଲି, ପୁଚି, ମେହେନ୍ଦୀ, ଦଉଡ଼ି ଡିଆଁ, ଚାଲିବା ଦୌଡ଼, ପୋଡ଼ ପିଠା, ବକ୍ତୃତା, କବିତା ଆବୃତ୍ତି ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି।
ମହୋତ୍ସବର ଦ୍ବିତୀୟ ଦିବସରେ ସଫେଇ କର୍ମଚାରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ପ୍ରଥମ ତିନୋଟି ସ୍ଥାନରେ ରହିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି। ଏଥିସହ ସଫେଇ କର୍ମଚାରୀଙ୍କୁ ଏକ ନମ୍ବର ୱାର୍ଡ କର୍ପୋରେଟର ମିହିର କୁମାର ରାଉତ, ୨ ନମ୍ବର ୱାର୍ଡ କର୍ପୋରେଟର ମୋନାଲିସା ବେହେରା ବସ୍ତ୍ର ବଣ୍ଟନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/40-10.jpg)