ଆଜାଦୀକା ଅମୃତ ମହୋତ୍ସବ: ଚିତ୍ରାଙ୍କନ, ଭାଷାଜ୍ଞାନ ଓ ଓଡ଼ିଆ ହସ୍ତାକ୍ଷର ପ୍ରତିଯୋଗିତା

ଭୁବନେଶ୍ବର: ଆଜାଦୀକା ଅମୃତ ମହୋତ୍ସବ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦିଗ୍‌ଦର୍ଶନରେ ପ୍ରବନ୍ଧ ପ୍ରତିଯୋଗିତା ଆଜି ରାଜ୍ୟବ୍ୟାପୀ ଅନୁଷ୍ଠିତ ହୋଇଯାଇଛି। ‘ସମ୍ବାଦ’ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତା ଭୁବନେଶ୍ବରର ୨୨ଟି କେନ୍ଦ୍ରରେ ଅନୁଷ୍ଠିତ ହୋଇଛି। ୧୫ଟି କେନ୍ଦ୍ରରେ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ସହ ଏହି ପରୀକ୍ଷା ହୋଇଥିଲା।  ଭୁବନେଶ୍ବରର ବିଭିନ୍ନ ସ୍କୁଲରେ ହୋଇଥିବା ଚିତ୍ରାଙ୍କନ, ଭାଷାଜ୍ଞାନ ଓ ଓଡ଼ିଆ ହସ୍ତାକ୍ଷର ପ୍ରତିଯୋଗିତା ଓ ଏହାର ଫଳାଫଳ।

ବାଲିଅନ୍ତା ମା’ ଜାଗୁଳାଇ ସରସ୍ବତୀ ଶିଶୁ ମନ୍ଦିର

ବାଲିଅନ୍ତା: ବାଲିଅନ୍ତା ମା’ ଜାଗୁଳାଇ ସରସ୍ବତୀ ଶିଶୁ ମନ୍ଦିରରେ ଆୟୋଜିତ ଏହି ପ୍ରତିଯୋଗିତାରେ ଉମାଦେଇ ବ୍ରହ୍ମପୁର ସମିତିସଭ୍ୟ ରଞ୍ଜନ ମହାପାତ୍ର, ପ୍ରକୃତିବନ୍ଧୁ ଦୀନବନ୍ଧୁ ଭୋଇ, ଶିକ୍ଷାବିତ୍‌ ସନ୍ତୋଷ ସାହୁ, କ୍ରୀଡ଼ା ଶିକ୍ଷକ ବସନ୍ତସୁନ୍ଦର ରାୟ, ପ୍ରଧାନ ଆଚାର୍ଯ୍ୟ ଶ୍ରୀକାନ୍ତ ଶେଖର ସାମନ୍ତରାୟ ଓ ଆଇନଜୀବୀ ସୁରେଶ ଚନ୍ଦ୍ର ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ବେହେରା, ପ୍ରଶାନ୍ତ ତ୍ରିପାଠୀ, ନମିତା ଦାଶ, ଶକ୍ତିରଞ୍ଜନ ଦାଶ, ଦେବସ୍ମିତା ସାମନ୍ତରାୟ, ଶ୍ରୀପଦା ପରିଡ଼ା, ଝୁନୁବାଳା ଦାଶ, ମନୋରମା ପ୍ରଧାନ, ସୂର୍ଯ୍ୟକାନ୍ତି ସାହୁ, ଜାନକୀ ମହାପାତ୍ର, ଲକ୍ଷ୍ମୀପ୍ରିୟା ମେକାପ, ବୈଜୟନ୍ତୀ ରାଉତ, ଅନୁପମା ରଥ, କୁନାମଣୀ ବାରିକ, ପ୍ରିୟଙ୍କା ଜେନା, କୁଞ୍ଜଲତା ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା‌ରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର