ଭୁବନେଶ୍ବର: ଓଲା କମ୍ପାନି ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ଆସିଛି। ଅଭିଯୋଗ ଅନୁଯାୟୀ, ପ୍ରଥମେ ଓଲା ସ୍କୁଟରର ବିଜ୍ଞାପନ ଦେଲେ। ତାପରେ ଗ୍ରାହକଙ୍କୁ ଟେଷ୍ଟ ଡ୍ରାଇଭ କରିବା ପାଇଁ କେଶୁରା ଛକକୁ ଗାଡ଼ି ପଠାଇଲେ। ଗ୍ରାହକ ଟେଷ୍ଟ ଡ୍ରାଇଭ ବି ନେଲେ। ଟେଷ୍ଟ ଡ୍ରାଇଭ ପରେ ବୁକିଂ ଆମାଉଣ୍ଟ ବାବଦକୁ୨୩ ହଜାର ୭୦୦ ଟଙ୍କା ଡିପୋଜିଟ ନେଲେ।

Advertisment

ଦୁଇ ମାସ ପରେ ଗାଡ଼ି ଡେଲିଭରି ଦେବେ କହି କିସ୍ତି ପରେ କିସ୍ତି ଟଙ୍କା ନେଇ ଚାଲିଲେ। ଗତ ୬ ମାସ ଭିତରେ ୧ ଲକ୍ଷ ୧୬ ହଜାର ଟଙ୍କା ଆକାଉଣ୍ଟରେ ନେଇଗଲେ।ଦିନ ପରେ ଦିନ ଗଡ଼େଇ ଚାଲିଲେ, ଗାଡ଼ି ତ ମିଳିଲାନି, ଗାଡ଼ି ମାଗିବାରୁ ଗ୍ରାହକଙ୍କୁ ଧମକ ଦେଲେ। ଏହାପରେ ଅଭିଯୋଗକାରୀ ରାମଚନ୍ଦ୍ର ସ୍ୱାଇଁ ମହାପାତ୍ର ସହିଦନଗର ଓ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି।