ଡିସିପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଭୁବନେଶ୍ବର: ଖଣ୍ଡଗିରି ଥାନାରେ ହୋଇଥିବା ଏକ ମାମଲାରେ ଜଣେ ଦୁଷ୍କର୍ମ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ତାଙ୍କୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ ହେଉଥିଲା। ଗତବର୍ଷ ଅକ୍ଟୋବରରେ ଜଣେ ମହିଳାଙ୍କ ଅଭିଯୋଗ କ୍ରମେ ଖଣ୍ଡଗିରି ଥାନାରେ ଏକ ଦୁଷ୍କର୍ମ ମାମଲା(୩୭୨/୧୯) ରୁଜୁ ହୋଇଥିଲା। କିନ୍ତୁ ଖଣ୍ଡଗିରି ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରି ନ ଥିଲା। ପୁଲିସର ଏପରି ଅବହେଳା ପାଇଁ ଭୁବନେଶ୍ବର ଡିସିପି ଅନୁପ ସାହୁଙ୍କୁ ପଦରୁ ହଟାଇବାକୁ ସୂଚନା ଅଧିକାର କର୍ମୀ ଜୟନ୍ତ ଦାସ ଗୃହ ବିଭାଗକୁ ଅନୁରୋଧ କରିଥିଲେ। ଏହା ସହିତ ଜାତୀୟ ମାନବାଧିକାର କମିସନ, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ସଚିବଙ୍କୁ ମଧ୍ୟ ଅଭିଯୋଗ କରିଥିଲେ। ଏଭଳି ଅବ‌ହେଳାକୁ ଗୃହ ବିଭାଗ ଗୁରୁତ୍ବର ସହ ନେଇ ଡିସିପି ଶ୍ରୀ ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁଲିସ ମହାନିରୀକ୍ଷକ ଓ କମିସନର୍‌ଙ୍କୁ ଚିଠି ଲେଖିଛି।

ସମ୍ବନ୍ଧିତ ଖବର