ଭୁବନେଶ୍ବର: ବିବାହର ପ୍ରତିଶ୍ରୁତି ଦେଇ ଜଣେ କନେଷ୍ଟବଳ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ଆଉ ଧରାଛୁଆଁ ଦେଉନଥିବାର ଅଭିଯୋଗ ହୋଇଛି। କନେଷ୍ଟବଳ ପ୍ରୀତିରଞ୍ଜନ ବେହେରାଙ୍କ ନାଆଁରେ ଏଭଳି ଅଭିଯୋଗ ଆଣିଛନ୍ତି ପୀଡ଼ିତା।
ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, କନେଷ୍ଟବଳ ପ୍ରୀତିରଞ୍ଜନ ବେହେରା ତାଙ୍କ ସହ ୭ ବର୍ଷ ଲିଭ୍ ଇନରେ ରହିଥିଲେ। ଏହି ସମୟରେ ସେ ତାଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଓ ସୁନା ଗହଣା ଆଦି ଲୁଟ କରିଥିଲେ। ଷଷ୍ଠ ବାଟାଲିୟନରେ କନେଷ୍ଟବଳ ଭାବରେ ନିଯୁକ୍ତ ପ୍ରୀତିରଞ୍ଜନଙ୍କ ଘର କଟକର ଜିଲ୍ଲା କାନପୁର ଥାନା ବାଘଦରିଆ ଗାଁରେ। ଏନେଇ ସଂପୃକ୍ତ ଯୁବତୀ ବାରମ୍ବାର ମଞ୍ଚେଶ୍ୱର ଥାନାରେ ପ୍ରୀତିରଞ୍ଜନ ବେହେରାଙ୍କ ବିରୋଧରେ ଅଭିଯୋଗ କରିଥିଲେ। କିନ୍ତୁ କୌଣସି କାର୍ଯ୍ୟନୁଷ୍ଠାନ ନ ହେବାରୁ ଆଜି ପୀଡ଼ିତା ଡିସିପି ଅଫିସରେ ଫେରାଦ ହୋଇଛନ୍ତି।
ବିବାହର ପ୍ରତିଶ୍ରୁତି ଦେଇ ୭ ବର୍ଷ ଲିଭ୍ ଇନରେ ରହିଲେ: ୨୦ ଲକ୍ଷ ଟଙ୍କା ଓ ସୁନା ଗହଣା ଲୁଟିନେଲେ କନେଷ୍ଟବଳ
/sambad/media/post_attachments/wp-content/uploads/2023/03/da0e3d8b-684b-4cd2-95fb-7a133a034004.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)