ଖଣ୍ଡଗିରି: ଘର ପରିବାର ଫେରି ପାଇବା ଆଶା ଛାଡ଼ି ଦେଇଥିବା ଝାରଖଣ୍ଡର ନିଖୋଜ ମହିଳା ସୁମିତ୍ରା କାଳନ୍ଦୀଙ୍କ ଆଶା ଶେଷରେ ସାକାର ହୋଇଛି। ୩ ବର୍ଷର ପ୍ରତୀକ୍ଷାର ମଧୁର ଅନ୍ତ ଘଟିଛି। ଉଭୟ ସ୍ୱାମୀ ଓ ପୁଅ ତାଙ୍କୁ ଘରକୁ ଫେରାଇ ନେଇଛନ୍ତି। ପୁଅ ଫେରି ପାଇଛି ମା’ ର ମମତା, ସ୍ୱାମୀ ଫେରି ପାଇଛି ସହଧର୍ମିଣୀ ଓ ସ୍ତ୍ରୀ ଫେରି ପାଇଛି ଘରସଂସାର। ଏମିତି ଏକ ପୁନର୍ମିଳନ ଘଟିଛି ଜଟଣୀ ଥାନା ଯାଁଳାସ୍ଥିତ ମିସନ୍ ଆଶ୍ରାରେ। ୩ ବର୍ଷ ତଳର କଥା। ଝାରଖଣ୍ଡ ପୂର୍ବ ସିଂହଭୂମ୍ ଜିଲ୍ଲା ଘାଟସିଲା ଥାନା ଅନ୍ତର୍ଗତ ହରିଜନ ବସ୍ତିର ବିମଲ୍ କାଳନ୍ଦୀଙ୍କ ସ୍ତ୍ରୀ ସୁମିତ୍ରା ହଠାତ୍ ନିଖୋଜ ହୋଇ ଯାଇଥିଲେ। ସାମାନ୍ୟ ମାନସିକ ବିକୃତି ଥିବା ସୁମିତ୍ରା ଟ୍ରେନ୍ ଯୋଗେ ଭୁବନେଶ୍ୱରରେ ପହଞ୍ଚିଥିଲେ। ସୌଭାଗ୍ୟକୁ ପିପୁଲ୍ସ ଫୋରମ୍ର ମିସନ୍ ଆଶ୍ରା ଓ ଉଜ୍ଜ୍ୱଲା ହୋମ୍ ପକ୍ଷରୁ ତାଙ୍କୁ ଉଦ୍ଧାର କରାଯାଇଥିଲା। କିଛି ଦିନ ଚିକିତ୍ସାଧୀନ ରହିବା ପରେ ସୁମିତ୍ରା ନିଜ ସ୍ୱାମୀ ଓ ପୁଅଙ୍କ ନାଁ କହି ପାରିଥିଲେ, କିନ୍ତୁ ଠିକଣା ମନେ ପକାଇ ପାରିନଥିଲେ। ଉଜ୍ଜ୍ୱଲା ହୋମ୍ ପକ୍ଷରୁ ବିହାର, ପଶ୍ଚିମବଙ୍ଗ ଓ ଝାରଖଣ୍ଡ ପୁଲିସ ସହ ଯୋଗାଯୋଗ କରାଯାଇଥିଲା। ପରେ ସୁମିତ୍ରାଙ୍କ ଠିକଣା ମିଳି ଯାଇଥିଲା। ଅବଶ୍ୟ ଏଥିପାଇଁ ଦୀର୍ଘ ୩ ବର୍ଷ ଲାଗି ଯାଇଥିଲା। ଖବର ପାଇ ସ୍ୱାମୀ ବିମଲ୍ ଓ ପୁଅ ବିଷ୍ଣୁ ଧାଇଁ ଆସିଥିଲେ ମିସନ୍ ଆଶ୍ରାକୁ। ଆଜି ହୋଇଥିଲା ପୁନର୍ମିଳନ।
ସୁମିତ୍ରାଙ୍କୁ ଫେରାଇନେଲେ ସ୍ୱାମୀ ଓ ପୁଅ
୩ ବର୍ଷ ପ୍ରତୀକ୍ଷାର ଅବସାନ
/sambad/media/post_attachments/wp-content/uploads/2018/02/arjun-jharakhand-lady.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)