ମଦ ଦୋକାନକୁ ବିରୋଧ କରି ଧାରଣା

Advertisment

ମଦ ଦୋକାନକୁ ବିରୋଧ କରି ଆଜି କଳିଙ୍ଗ ନଗର ଆବାସିକ ଉନ୍ନୟନ ସଂଘ(କେ-୭) ପକ୍ଷରୁ ଆଜି ଶାନ୍ତପୂ୍ର୍ଣ ଧାରଣା ଦିଆଯାଇଛି। ଅଞ୍ଚଳବାସୀଙ୍କ ଅଭିଯୋଗ ହୋଉଛି ଯେ ସୁବୁଦ୍ଧିପୁରରେ ବିଦେଶୀ ମଦଦୋକାନ ଖୋଲିବାକୁ ସରକାରଙ୍କଠାରୁ ଅନୁମତି ଦିଆଯାଇଛି।

ମଦ ଦୋକାନକୁ ବିରୋଧ କରି ଆଜି କଳିଙ୍ଗ ନଗର ଆବାସିକ ଉନ୍ନୟନ ସଂଘ(କେ-୭) ପକ୍ଷରୁ ଆଜି ଶାନ୍ତପୂ୍ର୍ଣ ଧାରଣା ଦିଆଯାଇଛି। ଅଞ୍ଚଳବାସୀଙ୍କ ଅଭିଯୋଗ ହୋଉଛି ଯେ ସୁବୁଦ୍ଧିପୁରରେ ବିଦେଶୀ ମଦଦୋକାନ ଖୋଲିବାକୁ ସରକାରଙ୍କଠାରୁ ଅନୁମତି ଦିଆଯାଇଛି।

fshfsfsfshfhs

ଖଣ୍ଡଗିରି: ମଦ ଦୋକାନକୁ ବିରୋଧ କରି ଆଜି କଳିଙ୍ଗ ନଗର ଆବାସିକ ଉନ୍ନୟନ ସଂଘ(କେ-୭) ପକ୍ଷରୁ ଆଜି ଶାନ୍ତପୂ୍ର୍ଣ ଧାରଣା ଦିଆଯାଇଛି। ଅଞ୍ଚଳବାସୀଙ୍କ ଅଭିଯୋଗ ହୋଉଛି ଯେ ସୁବୁଦ୍ଧିପୁରରେ ବିଦେଶୀ ମଦଦୋକାନ ଖୋଲିବାକୁ ସରକାରଙ୍କଠାରୁ ଅନୁମତି ଦିଆଯାଇଛି। ମାତ୍ର ବେଆଇନ ଭାବେ କଳିଙ୍ଗନଗର ଘାଟିକିଆଠାରେ ଘରୋଇ ବାସସ୍ଥାନରେ ମଦ ଦୋକାନ ଖୋଲାଯାଇଛି। ଏହାଦ୍ବାରା ଅଞ୍ଚଳବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆବାସିକ ଅଞ୍ଚଳ ହୋଇଥିବାରୁ ଛୋଟପିଲା, ମହିଳାମାନଙ୍କ ଉପରେ ପ୍ରଭାବ ପଡ଼ୁଛି। ସନ୍ଧ୍ୟା ପରେ ଏହି ରାସ୍ତାରେ ଯିବା ଆସିବା କରି ହେଉନାହିଁ। ତେଣୁ ତୁରନ୍ତ ଏଠାରୁ ମଦ ଦୋକାନ ହଟାଯାଉ। ନହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ପ୍ରତିବାଦ ସଭାପରେ ଏକାମ୍ର ବିଧାୟକ ବାବୁ ସିଂ ସେଥିରେ ଯୋଗଦେଇ ବେଆଇନ ଭାବେ ଖୋଲିଥିବା ମଦ ଦୋକାନକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ସହ ସମସ୍ୟା ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କଳିଙ୍ଗନଗର କେ-୭ ଆବାସିକ ଉନ୍ନୟନ ସଂଘ ସମ୍ପାଦକ ଜଗମୋହନ ପଟ୍ଟନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବରିଷ୍ଠ ନାଗରିକ ସଂଘ ସଭାପତି ବିଦ୍ୟାଧର ମହାରଣା, ସମ୍ପାଦକ ପ୍ରଫୁଲ୍ଲ କୁମାର ନନ୍ଦ, ମହିଳା ସଂଘର ସଭାନେତ୍ରୀ ବିଜୟଲକ୍ଷ୍ମୀ ପଟ୍ଟନାୟକ, ସମ୍ପାଦିକା ମହାଶ୍ବେତା ପାତ୍ର, ବିଶ୍ବନାଥ ଦେବ ମନ୍ଦିର କମିଟି ସଭାପତି ଲୋକନାଥ ପାତ୍ର, ସମ୍ପାଦକ ଜିତେନ୍ଦ୍ର ସାମଲ, କୋଷାଧ୍ୟକ୍ଷ କୃଷ୍ଣଚନ୍ଦ୍ର ସାହୁ, ବସନ୍ତ ପରିଡ଼ା, କୃଷ୍ଣଚନ୍ଦ୍ର ମୁଦୁଲି, ଶରତ ଚନ୍ଦ୍ର ନାୟକ, ଭଗବାନ ରାଉତ, ଗୌରହରି ମନ୍ତ୍ରୀ, ନିରଞ୍ଜନ ସାହୁ ଓ ବିଶ୍ବରଞ୍ଜନ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇ ମଦ ଦୋକାନ ନହଟିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe