ଧଉଳି: ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଡ଼ିଶା ଡ୍ୟାନ୍ସ ଏକାଡେମି ଓ ଓଡ଼ିଶା ଆର୍ଟଭିଜନ୍ର ମିଳିତ ସହଯୋଗରେ ଧଉଳି ପରିସର ନାଟ୍ୟମଣ୍ଡପରେ ୩ ଦିନଧରି ଚାଲିଥିବା ଧଉଳି-କଳିଙ୍ଗ ମହୋତ୍ସବ ଆଜି ଉଦ୍ଯାପିତ ହୋଇଯାଇଛି। ଅନ୍ତିମ ସନ୍ଧ୍ୟାର ପ୍ରଥମ ପ୍ରସ୍ତୁତିରେ ବେଙ୍ଗାଲୁରୁର ନୃତ୍ୟନ୍ତରା ଏକାଡେମିର ଗୁରୁ ମଧୁଲିତା ମହାପାତ୍ରଙ୍କ ସଂଯୋଜନାରେ ସାଥୀ ଶିଳ୍ପୀମାନେ ଓଡ଼ିଶୀ ନୃତ୍ୟରେ ଶିବମ ଧିମାହୀ ଓ ହରି ସ୍ମରଣମ ପରିବେଷଣ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ନୂଆଦିଲ୍ଲୀରୁ ଆସିଥିବା ରାଣୀ ଖନ୍ନମ ଓ ସାଥୀ ଶିଳ୍ପୀମାନେ କଥକ ନୃତ୍ୟରେ ସୌନ୍ଦର୍ଯ୍ୟ, ବିଭବ ଓ ତାତ୍ତ୍ବକର ବିଶ୍ଳେଷଣ କରି ସମସ୍ତଙ୍କୁ ଉଲ୍ଲସିତ କରିଥିଲେ। ଦ୍ବିତୀୟ ପ୍ରସ୍ତୁତିରେ କେରଳର ଶ୍ରୀଜିତ ଟିଆର ଓ ଅନ୍ୟ ଶିଳ୍ପୀମାନେ ସମକାଳୀନ ନୃତ୍ୟରେ ଦର୍ଶକମାନଙ୍କୁ ଭେଟି ଦେଇଥିଲେ କଲାରିପାଟୁ। ଶେଷ ପର୍ଯ୍ୟାୟରେ ପ୍ରାଚୀନ ଓ ଆଧୁନିକ ବିକାଶ ପ୍ରକ୍ରିୟାରେ ପ୍ରସ୍ତୁତ ଓଡ଼ିଶାଡ୍ୟାନ୍ସ ଏକାଡେମି, ବେଙ୍ଗାଲୁରୁର କର୍ଣ୍ଣକୋପିୟା କ୍ରିଏସନ୍ ଓ କଟକର ମୋକ୍ଷ ଅନୁଷ୍ଠାନର ମହମ୍ମଦ ସୈଫଲ ହକଙ୍କ ମିଳିତ ସହଯୋଗରେ ପ୍ରସ୍ତୁତ ସମୂହ ନୃତ୍ୟଧାରା ‘ମେକଇନ ଓଡ଼ିଶା’ ଦର୍ଶକଙ୍କୁ ବିଭୋର କରିଥିଲା। ଉଦ୍ଯାପନୀ ସନ୍ଧ୍ୟାରେ ଅତିଥି ଭାବେ ଯୋଗ ଦେଇଥିଲେ ମେଜର ଜେନେରାଲ ବସନ୍ତ କୁମାର ମହାପାତ୍ର, ନାଲ୍କୋର ପୂର୍ବତନ ସିଏମ୍ଡି ଏସ୍ କେ ତାମୋଟିଆ, ଏନ୍ଟିପିସର ଜେନେରାଲ ମ୍ୟାନେଜର ସେବାତନ ଯୋଶେଫ, ନୃତ୍ୟ ସମୀକ୍ଷକ ଡ. ସୁନୀଲ କୋଠାରୀ, ସଂସ୍କୃତି ବିଭାଗର ପ୍ରମୁଖ ଶାସନସଚିବ ମନୋରଂଜନ ପାଣିଗ୍ରାହୀ, ପର୍ଯ୍ୟଟନ ଅଧିକାରୀ ରତିକାନ୍ତ ପଟ୍ଟନାୟକ, ସୃଜନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର, ଆର୍ଟଭିଜନ୍ର ସଂପାଦକ ଗୁରୁ ଇଲିଆନା ସିତାରିଷ୍ଟ ଓ ଓଡ଼ିଶା ଡ୍ୟାନ୍ସ ଏକାଡେମିର ସଂପାଦକ ଗୁରୁ ଅରୁଣା ମହାନ୍ତି। ମଞ୍ଚ ପରିଚାଳନା କରିଥିଲେ ଇଂ ଶ୍ରୀନିବାସ ଘରୁଆରୀ ଓ ଅନୁଜା ତାରିଣୀ ମିଶ୍ର।
ଶେଷ ହେଲା ଧଉଳି-କଳିଙ୍ଗ ମହୋତ୍ସବ
/sambad/media/post_attachments/wp-content/uploads/2019/02/Untitled-20-7.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)