ଶେଷ ହେଲା ‘କଳାନୁରାଗମ୍‌’

ଭୁବନେଶ୍ବର: ‘ନୃତ୍ୟ ଦର୍ଶନ ଏକାଡେମି’ ପକ୍ଷରୁ ନୃତ୍ୟ ଓ ସଙ୍ଗୀତ ଉତ୍ସବ ‘କଳାନୁରାଗମ୍‌’ ଆଜି ଭଞ୍ଜକଳା ମଣ୍ଡପଠାରେ ଉଦ୍‌ଯାପିତ ହୋଇଯାଇଛି। ଓଡ଼ିଶୀ ଓ ଭାରତନାଟ୍ୟମ ଆଦି ଶାସ୍ତ୍ରୀୟ ନୃତ୍ୟ ସହ ଲୋକନୃତ୍ୟ‌ରେ ଦୁଲୁକିଥିଲା ମଞ୍ଚ। ନୃତ୍ୟଶିଳ୍ପୀ ରାହୁଲ ଆଚାର୍ଯ୍ୟଙ୍କ ଏକକ ଓଡ଼ିଶୀ ନୃତ୍ୟ, ଭୂମିସୂତା ଓ ଅଭିପ୍ସାଙ୍କର ଦ୍ବୈତ ଓଡ଼ିଶୀ ନୃତ୍ୟ ସହ ପବିତ୍ର ଭାଟ୍‌ଙ୍କର ଏକକ ଭାରତନାଟ୍ୟମ ନୃତ୍ୟ ପରିବେଷଣ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ଏହା ପରେ ପ‌ରେ ରଞ୍ଜନ ଓ ଆଶୁତୋଷଙ୍କ ଦ୍ବୈତ ଓଡ଼ିଶୀ ନୃତ୍ୟ, ଦେବଦାସୀ ନୃତ୍ୟାନୁଷ୍ଠାନର ଦଳଗତ ଓଡ଼ିଶୀ ନୃତ୍ୟ ଏବଂ ଲୋକଶସ୍ତ୍ର କଳା ପରିଷଦର ଲୋକନୃତ୍ୟ ପରିବେଷଣ ବେଶ୍‌ ଚମତ୍କାର ଥିଲା। ଆଜି ସଂଧ୍ୟାର ଅତିଥି ଭାବେ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା, ଅବସରପ୍ରାପ୍ତ ପ୍ରଶାସକ ଅଶୋକ ତ୍ରିପାଠୀ, ନାଟ୍ୟକାର ଅଜିତ ଦାସ, ନୃତ୍ୟଶିଳ୍ପୀ ଚପଳା ମିଶ୍ର ଓ ମୀନାକ୍ଷୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ଗୁରୁ ବିମ୍ବାଧର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଗୁରୁ ବିଶ୍ବଜିତ ଦାଶ ମଞ୍ଚ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର