ଭୁବନେଶ୍ବର: ନୃତ୍ୟାନୁଷ୍ଠାନ ‘ଦେବଦାସୀ’ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଦୁଇ ଦିନିଆ ବାର୍ଷିକୋତ୍ସବ ନୃତ୍ୟାଞ୍ଜଳିର ଆଜି ଥିଲା ଶେଷ ସନ୍ଧ୍ୟା। ସନ୍ଧ୍ୟାର ପ୍ରଥମ ପ୍ରସ୍ତୁତିରେ ଦଳଗତ ପ୍ରସ୍ତୁତିରେ ‘ଲାଜରେ ସରିଗଲି ଆଜ...ଗୀତରେ ନୃତ୍ୟାଭିନୟ ଦେଖିବାକୁ ମିଳିଥିଲା। ଦେବଦାସୀ ଅନୁଷ୍ଠାନର ଶିଳ୍ପୀବୃନ୍ଦ ଏହାକୁ ପରଷି ଦେଇଥିଲେ। ପରେ ସେମାନେ ତାଳ ତରଙ୍ଗ ପ୍ରସ୍ତୁତ କରିଥିଲେ। ଶିଳ୍ପୀ ପ୍ରୀତିଶା ମହାପାତ୍ର ‘ସେ ଶ୍ୟାମ ଛବି ଛଟକ..ଗୀତରେ ନୃତ୍ୟ ପରିବେଷଣ କରିଥିଲେ। ଗୋପାଳ ପଣ୍ଡା ଏହାର ସ୍ବର ସଂଯୋଜନା କରିଥିବା ବେଳେ ନୃତ୍ୟ ସଂରଚନା କରିଥିଲେ ରତିକାନ୍ତ ମହାପାତ୍ର। ପରବର୍ତୀ ପ୍ରସ୍ତୁତିରେ ସେ ପୂର୍ଣ୍ଣାଙ୍ଗ ବରାଡ଼ି ପଲ୍ଲବୀ ଶୁଦ୍ଧ ନୃତ୍ୟ ଭେଟି ଦେଇଥିଲେ। ତାଙ୍କ ପରେ ଶିଳ୍ପୀ ମଧୁସ୍ମିତା ମହାନ୍ତି ନୃତ୍ୟରେ ହରଗୌରାଷ୍ଟକ ଭେଟି ଦେଇଥିଲେ। ଶେଷ ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟଗୁରୁ ଅରୁଣା ମହାନ୍ତି, ମୀନାକ୍ଷୀ ବେହେରା, ଲକ୍ଷ୍ମୀକାନ୍ତ ପାଲିତ୍ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଅନୁଷ୍ଠାନର ସମ୍ପାଦିକା ରୋଜାଲିନ ମହାପାତ୍ର ଉପସ୍ଥିତ ଥିଲେ। ଏହି ଅବସରରେ ଓଡ଼ିଶୀ ନୃତ୍ୟଗୁରୁ ବିଚିତ୍ରାନନ୍ଦ ସ୍ବାଇଁଙ୍କୁ ସମ୍ମାନିତ କରାଯାଇଥିଲା। ପ୍ରାରମ୍ଭରେ ତାଙ୍କ ନୃତ୍ୟ ଜୀବନର କୃତିତ୍ବକୁ ନେଇ ପ୍ରସ୍ତୁତ ଏକ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା। ଇଂ ମିଲନ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ସରିଲା ନୃତ୍ୟାଞ୍ଜଳି: ନୃତ୍ୟରେ ଶ୍ୟାମ ଛବି ଛଟକ
/sambad/media/post_attachments/wp-content/uploads/2019/05/Untitled-12-18.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)