ଚନ୍ଦ୍ରଶେଖରପୁର: ବିଜୁ ପଟ୍ଟନାୟକ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ମ୍ୟାନେଜମେଣ୍ଟ(ବିଆଇଆଇଟିଏମ୍‌)ରେ ‘ହାଇବ୍ରିଡି ୱାର୍କ ଫର୍ମାଟ ମାଧ୍ୟମରେ ପରିବର୍ତ୍ତନ ଓ ପରିବର୍ତ୍ତନଶୀଳ’ ଶୀ‌ର୍ଷକ ବିଷୟବସ୍ତୁ ଉପରେ ଏକ ଦିନିକିଆ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ପ୍ରଥମ ଅଧିବେଶନରେ ଆଇଏସ୍‌ଟିଡି ଚେୟାରମ୍ୟାନ ପି କେ ମହାନ୍ତି ମୁଖ୍ୟଅତିଥି, ଆଇଏସ୍‌ଟିଡି ଆଞ୍ଚଳିକ ଉପନିର୍ଦ୍ଦେଶକ ଜିନିତେଶ ରଥ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବର୍ତ୍ତମାନର ଭୌଗଳିକ ନୀତି ଓ ହାଇବ୍ରିଡି ୱାର୍କ ଫର୍ମାଟର ସଚେତନତା ଉପରେ ବୁରୁତ୍ୱାରୋପ କରିଥିଲେ।

Advertisment

ପ୍ରତିଭା ସିଗମା ନିର୍ଦେଶକ ପରେଶ ମହାନ୍ତି, ଟିସିଏସ୍‌ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ମନୋରନଞ୍ଜନ ପଣ୍ଡା, ଇମ୍ଫା ଏଚ୍‌ଆର ହେଡ୍‌ ଅଶିଷ କୁମାର ମିଶ୍ର ଅଶଂଗ୍ରହଣ କରିଥିଲେ। ଶେଷ ଅଧିବେଶନର ହାଇଟେଇସି କନ୍‌ସଲିଟିଙ୍ଗ୍ ପରିଚାଳନା ନିର୍ଦ୍ଦେଶକ ଶୁଭେନ୍ଦୁ ଦାସଙ୍କ ସମେତ ରାଜେନ୍ଦ୍ର ସେନାପତି ଯୋଗଦେଇ ହାଇବ୍ରିଡି ୱାର୍କ ଫର୍ମାଟର କାର୍ଯ୍ୟ ସଂସ୍କୃତିରେ ଗୁରୁତ୍ୱପୂର୍ଣ୍ଣ କୌଶଳ, ସମାଲୋଚନାକାରୀ ଚିନ୍ତାଧାରା, ସୃଜନଶୀଳତାର ବିକାଶ ଓ ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ।