ଭୁବନେଶ୍ବର: କୋଭିଡ୍-୧୯ ମୁକାବିଲାରେ ଅନେକଙ୍କ ରୋଜଗାର ପ୍ରଭାବିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ସେସୁ ତା’ର ଏଲ୍ଟି ଗ୍ରାହକଙ୍କ ପାଇଁ ବିଦ୍ୟୁତ ବିଲ୍ରେ ୪ ପ୍ରତିଶତ ରିହାତି ଘୋଷଣା କରିଛି। ବିଲ୍ ପୈଠ କରିବାର ସମୟ ସୀମାରେ ମଧ୍ୟ କୋହଳ କରିଛି। ଦୁଇମାସର ବିଲ୍ ଏକାଠି ପୈଠ କଲେ ମଧ୍ୟ ଏହି ରିହାତି ସୁବିଧା ଉପଲବ୍ଧ ହେବ ବୋଲି ସେସୁ କହିଛି। ତେବେ ବିଲ୍ ପୈଠ କରି ରିହାତି ପାଇବାକୁ ନେଇ ଏବେ ନୂଆ ଗ୍ରାହକଙ୍କ ମଧ୍ୟରେ ଦ୍ବନ୍ଦ୍ବ ଉପୁଜିଛି। ଯେଉଁମାନେ ନୂଆ ସଂଯୋଗ ନେବା ପରେ ପ୍ରଥମ ବିଲ୍ ପାଇନାହାନ୍ତି ସେମାନେ ହିଁ ଏହି ସୁଯୋଗରୁ ବଞ୍ଚିତ ହୋଇଛନ୍ତି। ଅନ୍ୟପଟେ ବିଳମ୍ବରେ ଦେଲେ ଯେଉଁ ଜରିମାନା ବ୍ୟବସ୍ଥା ରହିଛି ସେଥିରେ ମଧ୍ୟ ଫସିବାକୁ ଯାଉଛନ୍ତି। ତାଲାବନ୍ଦ ଯୋଗୁଁ ନୂଆ ଉପଭୋକ୍ତାଙ୍କର ବିଲିଂ ବ୍ୟବସ୍ଥା ଆରମ୍ଭ ହୋଇ ନ ଥିବାରୁ ସେମାନେ ଏଭଳି ଏକ ବିଚିତ୍ର ସ୍ଥିତିରେ ପହଞ୍ଚିଛନ୍ତି। ଗୋଟିଏ ପଟେ ରିହାତିରୁ ବଞ୍ଚିତ ହେବା ଓ ଅନ୍ୟ ପଟେ ବିଳମ୍ବରେ ଦେୟ ପୈଠ କରି ଜରିମାନା ଗଣିବା ଏମାନଙ୍କ ପାଇଁ ଭାରି ପଡ଼ିବାକୁ ଯାଉଛି। ଏଭଳି ଅନେକ ଅଭିଯୋଗ ଆସିବା ପରେ ସେସୁ ଏକ ୨୪ ଘଣ୍ଟିଆ ହେଲ୍ପ ଲାଇନ୍ ନମ୍ବର ଜାରି କରିଛି। ୧୯୧୨ କିମ୍ବା ୧୮୦୦୩୪୫୭୧୨୨ ନମ୍ବର ଡାଏଲ କରି ଉପଭୋକ୍ତାମାନେ ନିଜର ମୋବାଇଲ ନମ୍ବର ପଞ୍ଜୀକୃତ କରିବା ସହ ସେମାନଙ୍କର ଅଭିଯୋଗ ଦାଖଲ କରିପାରିବେ ବୋଲି ସେସୁ ପକ୍ଷରୁ କୁହାଯାଇଛି। ନମ୍ବର ପଞ୍ଜୀକରଣ ହେଲେ ସେହି ନମ୍ବରରେ ବିଲ ବାବଦରେ ସୂଚନା ପହଞ୍ଚିବ।
ସୂଚନାଯୋଗ୍ୟ, ଭୁବନେଶ୍ବର, ପୁରୀ, କେନ୍ଦ୍ରାପଡ଼ା, କଟକ ପ୍ରଭୃତି ଅଞ୍ଚଳରେ ସେସୁ ୨୭ ଲକ୍ଷ ଉପଭୋକ୍ତାଙ୍କୁ ବିଜୁଳି ସଂଯୋଗ ପ୍ରଦାନ କରିଛି। ଏଥିପାଇଁ ୪୦୦ ପ୍ରାଥମିକ ସବ୍ଷ୍ଟେସନ ଓ ୭୧ହଜାର ବଣ୍ଟନ ଟ୍ରାନ୍ସ୍ଫର୍ମର ରହିଛି। ୮ ହଜାର ଫିଲ୍ଡ କର୍ମଚାରୀଙ୍କ ସହ ୪ଶହ ଅଧିକାରୀ କାମରେ ଲାଗିଛନ୍ତି। ତାଲାବନ୍ଦ ପାଇଁ ମିଟର ରିଡିଂ, ବିଲିଂ ପ୍ରଭୃତି କାମ ହୋଇ ପାରୁନାହିଁ। ଏଣୁ ପୁରୁଣା ବିଲ୍କୁ ଆଧାର କରି ଉପଭୋକ୍ତାଙ୍କର ବିଲ୍ ପ୍ରସ୍ତୁତ କରାଯାଇଛି।
ନୂଆ ବିଦ୍ୟୁତ ଉପଭୋକ୍ତାଙ୍କ ଦ୍ବନ୍ଦ୍ବ, ହେଲ୍ପ ଲାଇନ୍ ନମ୍ବର ଜାରି କଲା ସେସୁ
/sambad/media/post_attachments/wp-content/uploads/2020/01/cesu-bkm-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)