ୟୁଥ୍‌ ଫର୍‌ ଭଲ୍ୟୁଣ୍ଟାରି ୱାର୍କ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ

ଭୁବନେଶ୍ବର: ୟୁଥ୍‌ ଫର୍‌ ଭଲ୍ୟୁଣ୍ଟାରି ଓ୍ବାର୍କ ପକ୍ଷରୁ ଗୀତଗୋବିନ୍ଦ ସଦନରେ ସାମାଜିକ ସେବା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସମାଜସେବା କ୍ଷେତ୍ରରେ ନିୟୋଜିତ ସାମାଜିକ ଅନୁଷ୍ଠାନ ଓ ସମାଜସେବୀମାନଙ୍କୁ ସମ୍ମାନିତ କରାଯାଇଛି। କାର୍ଯ୍ୟକ୍ରମରେ ସମାଜସେବୀ ନିରୋଜାଲକ୍ଷ୍ମୀ ମହାପାତ୍ର, ମହମ୍ମଦ ଇମ୍ରାନ୍ ଅଲ୍ଲୀ, ଜ୍ଞାନରଞ୍ଜନ ବିଶ୍ବାଳ, ବନିତା ସାମଲ, ଯଶୋବନ୍ତ ରାଣା, ନଗେନ୍ଦ୍ର କୁମାର ରଥ ଓ ସଞ୍ଜିତା ମହାପାତ୍ର, ହେଲ୍‌ପିଙ୍ଗ ହାଣ୍ଡ, ଜଜ୍‌ବା ହ୍ୟୁମାନିଟି ଟ୍ରଷ୍ଟ, ୟୁଥ ଫ ଚେଞ୍ଜ, ନର୍ବନିର୍ମାଣ ଯୁବଛାତ୍ର ସଂଗଠନ, ଗୋପବନ୍ଧୁ ସେବାସଂଘ, ସାଇନ୍ ଆଣ୍ଡ ସଂଧ୍ୟା ଫାଉଣ୍ଡେସନ୍ ଓ ଜୀବନସେବା ଫାଉଣ୍ଡେସନ୍‌କୁ ସମ୍ମାନିତ କରାଯାଇଥିଲା।

ଅତିଥି ଭାବେ ରାଜ୍ୟସଭା ସାଂସଦ ମୁନା ଖାଁ, ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ସ୍ତମ୍ଭକାର ଅମିୟ ପାଣ୍ଡବ, ଚଳଚ୍ଚିତ୍ର ଅଭିନେତା ଚନ୍ଦନ କର, କର ଫାଉଣ୍ଡେସନ କୋଷାଧ୍ୟକ୍ଷା ଗୀତାଞ୍ଜଳି କର ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ମୀର ଅହମ୍ମଦ ଅଲ୍ଲୀଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ବିନୋଦ କୁମାର ରାଉତ, ରୋଜାଲିନ୍ କଟୁଆଲ, ଲୋକରଞ୍ଜନ ବେହେରା, ସେହନଓ୍ବାଜ୍‌ ହୁସେନ୍, ବିନ୍ଦୁଜା ଉପାଧ୍ୟାୟ, ନଳିନୀକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର