ମେଧାବୀ ଅଭିନନ୍ଦନ: ପ୍ରେରଣା ପାଇଲୁ

ଭୁବନେଶ୍ବର: ‘ସମ୍ବାଦ’ ପରିବାର ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉଥିବା ସମ୍ବର୍ଦ୍ଧନା କେବଳ ଏକ ସାଧାରଣ କାର୍ଯ୍ୟକ୍ରମ ନୁହେଁ, ଏହା ଆମ ପାଇଁ ପ୍ରେରଣା। ଅତିଥିମାନଙ୍କଠାରୁ ବହୁ ଶିକ୍ଷଣୀୟ କଥା ଶୁଣିଲୁ, ଯାହା ଭବିଷ୍ୟତରେ ଆମକୁ ବାଟ ଦେଖାଇବ। ପରିଶ୍ରମ କରି ସଫଳତା ପାଇଛୁ, କିନ୍ତୁ ଆଜି ଗୁରୁମନ୍ତ୍ର ପାଇଲୁ। ତେଣୁ ଭବିଷ୍ୟତ ପାଇଁ ଯେଉଁ ସବୁ ଆହ୍ବାନ ଆସିବ, ତାକୁ ମୁକାବିଲା କରିବାରେ ଏହି କାର୍ଯ୍ୟକ୍ରମର ପ୍ରେରଣାଦାୟୀ ବକ୍ତବ୍ୟ ଫଳପ୍ରଦ ହେବ। ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ୯୫ ପ୍ରତିଶତ ବା ତଦୂର୍ଦ୍ଧ୍ବ ନମ୍ବର ରଖିଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ‘ସମ୍ବାଦ’ ପକ୍ଷରୁ ସମ୍ବର୍ଦ୍ଧନା ଦେବା କାର୍ଯ୍ୟକ୍ରମ ଅବସରରେ ପିଲାମାନେ ଏଭଳି କହିଛନ୍ତି।

ପିଲାଙ୍କୁ ବହୁତ କିଛି ଶିଖିବାକୁ ମିଳିଲା

‘ସମ୍ବାଦ’ର ଏହି କାର୍ଯ୍ୟକ୍ରମକୁ ଆସି ବହୁତ୍ ଭଲ ଲାଗୁଛି। ଏଠାକୁ ଆସିଥିବା ସମସ୍ତ ଅତିଥିମାନେ ବହୁତ୍ ଶିକ୍ଷଣୀୟ କଥା କହିଲେ। ଏହା ପିଲାମାନଙ୍କ ଭବିଷ୍ୟତ ପାଇଁ ଉପଯୋଗୀ ହେବ। ସେଥିପାଇଁ ସମ୍ବାଦ ଗ୍ରୁପ୍‌କୁ ଧନ୍ୟବାଦ୍।
-ବିନୋଦିନୀ ସ୍ବାଇଁ, ଅଭିଭାବକ, ପଟିଆ

ପ୍ରଶଂସନୀୟ କାର୍ଯ୍ୟ

ଚଳିତ ବର୍ଷ ଆମ ବିଦ୍ୟାଳୟର ୭ ଜଣ ପିଲା ୯୫ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ଆସନ୍ତାବର୍ଷକୁ ଆମର ଆହୁରି ଅଧିକ ପିଲା ଏହି କାର୍ଯ୍ୟକ୍ରମରେ ଭାଗ ନେବେ। ‘ସମ୍ବାଦ’ ମେଧାବୀ ପିଲାଙ୍କୁ ଏମିତି ସମ୍ବର୍ଦ୍ଧିତ କରୁଥିବା କାର୍ଯ୍ୟକ୍ରମ ସତରେ ପ୍ରସଂଶନୀୟ କାର୍ଯ୍ୟ।
-ସିଦ୍ଧେଶ୍ବର ସିଂ, ଶିକ୍ଷକ, ଖୋର୍ଦ୍ଧା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର

ପିଲାଙ୍କୁ ଅଧିକ ଉତ୍ସାହିତ କରିବ

ଏଥର ଦୁଇଜଣ ପିଲା ଆସିଛନ୍ତି। ଆସନ୍ତାବର୍ଷ ଏଠାକୁ ଆହୁରି ଅଧିକ ପିଲାଙ୍କୁ ନେଇକି ଆସିବୁ। ‘ସମ୍ବାଦ’ ଏହି କାର୍ଯ୍ୟକ୍ରମ ପିଲାମାନଙ୍କୁ ଅଧିକ ପରିଶ୍ରମ କରିବାକୁ ଉତ୍ସାହିତ କରିବ। ସେଥିପାଇଁ ସମ୍ବାଦ ପରିବାରକୁ ଧନ୍ୟବାଦ୍।
-ତନ୍ମୟ କୁମାର୍ ପାତ୍ର, ଶିକ୍ଷକ,
କାକଟପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର

ପ୍ରେରଣାଦାୟୀ କାର୍ଯ୍ୟକ୍ରମ

ଏଠାକୁ ଆସି ବହୁତ୍ ଭଲ ଲାଗୁଚି। ଏଥର ୭ଜଣ ପିଲା ଆମ ବିଦ୍ୟାଳୟରେ ୯୫ ପ୍ରତିଶତରୁ ଅଧିକ ନମ୍ବର ରଖି ଆସିଛନ୍ତି। ଏଠାରୁ ପ୍ରେରଣା ମିଳିଥିବାରୁ ଆସନ୍ତାବର୍ଷ ଆହୁରି ଅଧିକ ପିଲାଙ୍କୁ ଆଣିବାକୁ ଚେଷ୍ଟା କରିବୁ। ‘ସମ୍ବାଦ’ର ଏହି ପ୍ରୟାସ ପିଲାଙ୍କୁ ଉତ୍ସାହିତ କରିବ।
-ଲକ୍ଷ୍ମୀପ୍ରିୟା ବେହେରା, ଶିକ୍ଷୟିତ୍ରୀ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ପିପିଲି

ସମ୍ବାଦ ନିକଟ‌ରେ କୃତଜ୍ଞ

ଏଠାକୁ ଆସି ବହୁତ୍ ଭଲ ଲାଗୁଛି। ପିଲାଙ୍କୁ ଉତ୍ସାହିତ କରିବାରେ ‘ସମ୍ବାଦ’ର ଏହି କାର୍ଯ୍ୟକ୍ରମ ବହୁତ୍ ଭଲ। ‘ସମ୍ବାଦ’ ପରିବାର ଆମକୁ ଡାକି ସମ୍ମାନିତ କରିଥିବାରୁ ଆମେ ଅନୁଷ୍ଠାନ ପାଖରେ କୃତଜ୍ଞ।
-ବବିତା ମହାନ୍ତି, ଅଭିଭାବକ, କାକଟପୁର

ଧନ୍ୟ ମନେ କରୁଛୁ

ବହୁତ ଭଲ କାର୍ଯ୍ୟକ୍ରମ। ଏଭଳି କାର୍ଯ୍ୟକ୍ରମରେ ଆମକୁ ନିମନ୍ତ୍ରଣ କରାଯାଇଥିବାରୁ ନିଜକୁ ଧନ୍ୟ ମନେ କରୁଛୁ। ଏହା ଦ୍ବାରା ଆମର ପିଲାମାନେ ନିଶ୍ଚିତ ଅଧିକ ଉତ୍ସାହିତ ହେବେ ଏବଂ ଜୀବନରେ ସଫଳତାର ଚରମ ସୀମାରେ ପହଞ୍ଚିବା ପାଇଁ ସମର୍ଥ ହୋଇପାରିବେ। ‘ସମ୍ବାଦ’ ପରିବାରକୁ ମୁଁ କୃତଜ୍ଞତା ଜ୍ଞାପନ କରୁଛି।
-ହିମାଂଶୁଶେଖର ନନ୍ଦ, ଅଭିଭାବକ, ନୟାଗଡ଼

ପିଲାଙ୍କୁ ପ୍ରେରଣା ଦେବ

‘ସମ୍ବାଦ’ର ଏହି କାର୍ଯ୍ୟକ୍ରମ ଦ୍ବାରା ପିଲାମାନେ ଉତ୍ସାହିତ ହୋଇଛନ୍ତି। କ୍ୟାରିୟର୍‌ ପାଇଁ ଏହା ଏକ କାଉନସେଲିଂ କାର୍ଯ୍ୟକ୍ରମ ଓ ପିଲାମାନଙ୍କୁ ଭବିଷ୍ୟତ ପାଇଁ ପ୍ରେରଣା ମିଳିଛି।
-ମନୋରଞ୍ଜନ ପଟ୍ଟନାୟକ, ଶିକ୍ଷକ, ନିଗମାନନ୍ଦ ହାଇସ୍କୁଲ୍, ଗୋପ

ପିଲାମାନଙ୍କ ଆଗ୍ରହ ବଢ଼ିବ

ଏହି କାର୍ଯ୍ୟକ୍ରମରେ ସାମିଲ୍‌ ହେବାର ସୌଭାଗ୍ୟ ପାଇ ବହୁତ ଭଲ ଲାଗୁଛି। ମୋ ପୁଅ ପାଇଁ ଆଜି ଏଠି ସମ୍ମାନିତ ହୋଇ ଗର୍ବ ଅନୁଭବ କରୁଛି। ସମ୍ବାଦ ଓ ଏହାର ସମ୍ପାଦକ ସୌମ୍ୟ ସାର୍‌ଙ୍କ ଏହି ପ୍ରୟାସ ପିଲାମାନଙ୍କ ମଧ୍ୟରେ ଅଧିକ ପଢ଼ିବା ପାଇଁ ଆଗ୍ରହ ବଢାଇବ।
-ବୈକୁଣ୍ଠନାଥ ପଣ୍ଡା, ଅଭିଭାବକ, ନୀଳାଦ୍ରିବିହାର

ଭବିଷ୍ୟତରେ ଜଣେ ବୈଜ୍ଞାନିକ କିମ୍ବା ଗଣିତଜ୍ଞ ହେବି

ମୁଁ ୫୯୩ ମାର୍କ ରଖିଛି। ମୋ ବାପା, ମା’ ଓ ଗୁରୁଜୀ, ଗୁରୁମା’ଙ୍କୁ ଶ୍ରେୟ ଦେବି। ମୁଁ ଭବିଷ୍ୟତରେ ଜଣେ ବୈଜ୍ଞାନିକ କିମ୍ବା ଗଣିତଜ୍ଞ ହେବା ପାଇଁ ଲକ୍ଷ୍ୟ ରଖିଛି। ‘ସମ୍ବାଦ’ର ଏହି ପ୍ରୟାସକୁ ସାଧୁବାଦ ଜଣାଉଛି।
-ସତ୍ୟପ୍ରକାଶ କର, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ୟୁନିଟ -୮

ଡାକ୍ତର ହେବି

‘ସମ୍ବାଦ’ ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ହୋଇଥିବା ଏହି କାର୍ଯ୍ୟକ୍ରମ ସ୍ବାଗତଯୋଗ୍ୟ। ମୁଁ ୫୯୬ ନମ୍ବର ରଖି ପାସ୍ କରିଛି। ନିଜ ପରିଶ୍ରମ ଏବଂ ଗୁରୁଜନଙ୍କ ସହଯୋଗ ଯୋଗୁଁ ଆଜି ଏହି ସଫଳତା ପାଇଛି। ଭବିଷ୍ୟତରେ ସ୍ନାୟୁ ବିଭାଗ ଡାକ୍ତର ହେବା ପାଇଁ ଇଚ୍ଛା ରଖିଛି।
-ପ୍ରତ୍ୟୁଷ କୁମାର୍ ଦାସ, ସରସ୍ବତୀ ଶିଶୁ ମନ୍ଦିର, ୟୁନିଟ – ୮

‘ସମ୍ବାଦ’କୁ ସାଧୁବାଦ

ଆଜି ‘ସମ୍ବାଦ’ ତରଫରୁ ହୋଇଥିବା ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବ। ଏଥିପାଇଁ ‘ସମ୍ବାଦ’ ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ‘ସମ୍ବାଦ’ ପରିବାରକୁ ଧନ୍ୟବାଦ ଜଣାଉଛି। ମୁଁ ୫୯୨ ନମ୍ବର ରଖିଛି। ମୁଁ ଭବିଷ୍ୟତରେ ଜଣେ ବୈଜ୍ଞାନିକ ହେବାକୁ ଚାହୁଛି।
-ଶୁଭମ୍ ଶେଖର ତ୍ରିପାଠୀ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ପଟିଆ

ଡାକ୍ତର ହେବି

ପରିଶ୍ରମର ଫଳ ଆଜି ପାଇଛି। ମୋର ସଫଳତା ପଛରେ ପିତାମାତା, ଗୁରୁମା ଗୁରୁଜୀ, ସାଙ୍ଗସାଥୀଙ୍କ ସଦିଚ୍ଛା‌ ରହିଛି। ‘ସମ୍ବାଦ’ର ଏହି କାର୍ଯ୍ୟକ୍ରମ ଦ୍ବାରା ଆମକୁ ଆହୁରି ଉତ୍ସାହିତ କରୁଛି। ଆଗକୁ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛି।
-ଅଭିଜ୍ଞା ସାହୁ, ରତାପଲ୍ଲୀ ବିଦ୍ୟାପୀଠ, ଗୁଆବାରି, ବାଲିଅନ୍ତା

ଲକ୍ଷ୍ୟ ଡାକ୍ତର ହେବି

‘ସମ୍ବାଦ’ର ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ହୋଇଥିବାରୁ ଖୁସି ଲାଗୁଛି। ଆଗକୁ ବଢ଼ିବା ପାଇଁ ଅତିଥିମାନଙ୍କଠାରୁ ବହୁତ କିଛି ଶିକ୍ଷା ଗ୍ରହଣ କଲୁ। ଦିନକୁ ପ୍ରାୟ ୭ରୁ ୮ ଘଣ୍ଟା କରିଶ୍ରମ କରିବାର ଫଳ ପାଇଛି। ଆଗକୁ ଡାକ୍ତର ହେବା ଲକ୍ଷ୍ୟ ରଖିଛି।
-ଆୟୁଷ ମିଶ୍ର, ଏସ୍‌ଏସ୍‌ଭିଏମ୍, ନିମାପଡ଼ା

ଅଧ୍ୟାପକ ହେବି

ଯାହା ସ୍ବପ୍ନ ଦେଖିଥିଲି, ତାହା ଆଜି ସାକାର ହୋଇଛି। ‘ସମ୍ବାଦ’ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ହୋଇ ଆହୁରି ଖୁସି। ଅତିଥିମାନଙ୍କର ଶିକ୍ଷଣୀୟ କଥାରୁ ବହୁତ କିଛି ଶିଖିବାକୁ ମିଳିଲା। ଭବିଷ୍ୟତରେ ଜଣେ ଅଧ୍ୟାପକ ହେବା ପାଇଁ ଇଛା ଅଛି।
-ବିଷ୍ଣୁପ୍ରିୟା ପ୍ରଧାନ, ଏସ୍‌ଏସ୍‌ଭିଏମ୍, ନୟାଗଡ଼

ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛି

ପ୍ରତିଦିନ ୬ରୁ ୭ ଘଣ୍ଟା କଠିନ ପରିଶ୍ରମ କରି ଆଜି ସଫଳତା ପାଇପାରିଛି। ଡାକ୍ତର ହେବା ଲକ୍ଷ୍ୟ ରହିଛି। ତେଣୁ ‘ସମ୍ବାଦ’ର ଏହି କାର୍ଯ୍ୟକ୍ରମ ମୋତେ ବହୁତ ପ୍ରେରଣା ଦେଇଛି।
-ଆଦ୍ୟାଶା ଚମ୍ପତିରାୟ, ଏସ୍‌ଏସ୍‌ଭିଏମ୍ ନୀଳାଦ୍ରିବିହାର

ଏହି କାର୍ଯ୍ୟକ୍ରମ ଗୁରୁମନ୍ତ୍ର ସଦୃଶ

‘ସମ୍ବାଦ’ର ଏହି କାର୍ଯ୍ୟକ୍ରମ ଆମକୁ ଆଗକୁ ଯିବାକୁ ବାଟ ଦେଖାଇଛି। ବିଶେଷକରି ଅତିଥିମାନଙ୍କର ସ୍ପିଚ୍ ଆମକୁ ପ୍ରେରଣା ଯୋଗାଇଛି। ଆଗକୁ ଆହୁରି ବହୁତ ପରିଶ୍ରମ କରିବାକୁ ପଡ଼ିବ। ଏହା ଆମ ପାଇଁ ଗୁରୁମନ୍ତ୍ର ମିଳିବା ସଦୃଶ ହୋଇଛି।
-ପ୍ରତିସ୍ମୃତି ଡାକୁଆ, ଏସ୍‌ଏସ୍‌ଭିଏମ୍, ନୟାଗଡ଼

ଆଗକୁ ଆହୁରି ପରିଶ୍ରମ କରିବି

ସଫଳତା ପାଇଁ ‘ସମ୍ବାଦ’ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ହୋଇଥିବାରୁ ଆଗକୁ ଏହା ମୋ ପାଇଁ ପ୍ରେରଣା ହେବ। ପ୍ରତିଦିନ ୬ରୁ ୭ ଘଣ୍ଟା ପରିଶ୍ରମ କରି ଏହି ସଫଳତା ହାସଲ କରିଛି। ଆଗକୁ ଆହୁରି ପରିଶ୍ରମ କରିବି।
-ସାର୍ଥକ ପଟ୍ଟନାୟକ, ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟ ଗୋପ, ପୁରୀ

ସମ୍ବନ୍ଧିତ ଖବର