ଭୁବନେଶ୍ବର: ପୁରୀ ଶରଧାବାଲିଠାରେ ଆୟୋଜିତ ଶ୍ରୀଳ ପ୍ରଭୁପାଦ ଭକ୍ତି ସିଦ୍ଧାନ୍ତ ସରସ୍ବତୀଙ୍କ ୧୫୦ତମ ଜୟନ୍ତୀ ଏବଂ ବିଶ୍ବ ବୈଷ୍ଣବ ସମ୍ମିଳନୀ ମହୋତ୍ସବର ଅଭୂତପୂର୍ବ ସଫଳତାରେ ସହଯୋଗ କରିଥିବା ଉପଦେଷ୍ଟାମଣ୍ଡଳୀର ବରିଷ୍ଠ ସଦସ୍ୟମାନଙ୍କୁ ଗୌଡୀୟ ମିସନ୍ କୋଲକାତା ମୁଖ୍ୟାଳୟ ପକ୍ଷରୁ ସମ୍ମାନିତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ତାଙ୍କ ବାସଭବନରେ ସମ୍ବର୍ଧିତ କରାଯାଇଥିଲା। ଗୌଡ଼ୀୟ ମିସନ୍ର ଅନ୍ୟତମ ସମ୍ପାଦକ ହୃଷୀକେଶ ମହାରାଜ, ସମ୍ମିଳନୀର ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡା ଏବଂ ସମାଜସେବୀ ପ୍ରଫୁଲ୍ଲ ସାହୁ ଶ୍ରୀ ପଟ୍ଟନାୟକଙ୍କୁ ସମ୍ମାନପତ୍ର, ପୁଷ୍ପମାଲ୍ୟ ଓ ମହାପ୍ରସାଦ ଦେଇ ସମ୍ବର୍ଧିତ କରିଥିଲେ। ପ୍ରକାଶ ଥାଉକି, ପୁରୀ ସମାରୋହରେ ରାଷ୍ଟ୍ରପତି, ରାଜ୍ୟପାଳ ଏବଂ କେନ୍ଦ୍ରମନ୍ତ୍ରୀ ଯୋଗ ଦେଇଥିଲେ। ସମ୍ମିଳନୀର ଉପଦେଷ୍ଟା ଜଷ୍ଟିସ୍ ଏ.ଏସ୍ ନାଇଡୁ, କଟକ-ଚୌଦ୍ବାର ବିଧାୟକ ମହମ୍ମଦ ମୋକିମ ଏବଂ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଡ. ପ୍ରଭାସ ଆଚାର୍ଯ୍ୟଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।
ଗୌଡ଼ୀୟ ମିସନ୍ ପକ୍ଷରୁ ସୌମ୍ୟରଂଜନଙ୍କୁ ସମ୍ବର୍ଦ୍ଧନା
/sambad/media/post_attachments/wp-content/uploads/2022/02/5456f4h6f4hf65hfh65465.jpg)
/sambad/media/agency_attachments/2024-07-24t043029592z-sambad-original.webp)