ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳା କ୍ରୀଡ଼ାବିତ୍‌ଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ବର: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମଙ୍ଗଳବାର ବିଭିନ୍ନ ସଂଗଠନ ରାଜ୍ୟର ସଫଳ ତଥା କୃତି ମହିଳା କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ, ଜେଏସପିଏଲ ଫାଉଣ୍ଡେସନ ଏବଂ ଶିଶୁ ଏବଂ ମହିଳା ବିକାଶ ସୋସାଇଟିର ମିଳିତ ସହଯୋଗରେ ବାଙ୍ଗାଲୋର ଠାରେ ଅନୁଷ୍ଟିତ ଜାତୀୟ ଦୃଷ୍ଟିହୀନ ମହିଳା କ୍ରିକେଟ୍‌ ପ୍ରତିଯୋଗିତାରେ ଉପବିଜେତା ହୋଇଥିବା ଓଡ଼ିଶା ଦଳକୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ସମାରୋହରେ ଅନ୍ତର୍ଜାତୀୟ ଦୃଷ୍ଟିହୀନ କ୍ରିକେଟର ଜାଫର ଇକବାଲ, ସନ୍ନ୍ୟାସୀ ବେହେରା, ବିକାଶ ପ୍ରସାଦ ଓ ସୁଶୀଲ ପଟ୍ଟନାୟକ ଆଦି ଯୋଗ ଦେଇଥିଲେ। ଉତ୍କଳ କର‌େଟେ ପକ୍ଷରୁ ମଧ୍ୟ ମହିଳାମାନଙ୍କୁ ସମ୍ବଦ୍ଧିର୍ତ କରାଯାଇଛି। ସେହିଭଳି ଓଡ଼ିଶା ଟେନିସ ସଂଘ (ଓଟିଏ) ପକ୍ଷରୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଟେନିସ କମ୍ପ୍ଲେକ୍ସଠାରେ ବାଳିକା ଟେନିସ ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରିଛି। ଏହି ସମ୍ବର୍ଦ୍ଧନା ଉତ୍ସବରେ ଅତିଥି ଭାବେ ଓଟିଏ ସମ୍ପାଦକ ସତ୍ୟଜିତ ମହାନ୍ତି, ପ୍ରଶାସନ ଅଧିକାରୀ ସମ୍ବିତ ପଟ୍ଟନାୟକ, କୋଷାଧ୍ୟକ୍ଷ ପ୍ରକାଶ ପଟ୍ଟନାୟକ ଯୋଗ ଦେଇଥିଲେ। ଏହି ଅବସରରେ ସମସ୍ତ ପ୍ରଶିକ୍ଷକ, ଖେଳାଳି ଓ ଅବିଭାବକମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର