ପାଢ଼ୀ ଟ୍ୟୁଟୋରିଆଲ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ମେଡିକାଲ ପ୍ରବେଶିକା ପରୀକ୍ଷା-୨୦୨୨‌ରେ କୃତକାର୍ଯ୍ୟ ହୋଇଥିବା ପାଢ଼ୀ ଟ୍ୟୁଟୋରିଆଲ, ବରମୁଣ୍ଡା ଶାଖାର ଛାତ୍ରଛାତ୍ରୀଙ୍କୁ ଆଜି ଏକ ସ୍ବତନ୍ତ୍ର ଉତ୍ସବ‌ରେ ସମ୍ବର୍ଦ୍ଧିତ କରାଯାଇଛି। କାର୍ଯ୍ୟକ୍ରମରେ ‘ସମ୍ବାଦ’ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଜୀବନରେ ଭଲ ଡାକ୍ତର ହେବା ସହ ଭଲ ମଣିଷଟିଏ ହେବା ପାଇଁ ଉପଦେଶ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ସ୍କୁଲ ଅଫ କେମିକାଲ ସାଇନ୍ସ ନାଇଜରର ପ୍ରସନ୍ନଜିତ୍‌ ମଲ୍ଲ, ପାଢ଼ୀ ଟ୍ୟୁଟୋରିଆଲର ନିର୍ଦ୍ଦେଶିକା ଲୁସି ମହାପାତ୍ର, ଏସ୍‌ପିଏନ୍‌ଏସ୍‌ ବର୍ମା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। ଟ୍ୟୁଟୋରିଆଲର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପାଢ଼ୀ ଟ୍ୟୁଟୋରିଆଲର ଶାଖା ପରିଚାଳକ ମନୋରଞ୍ଜନ ହୋତା ଅତିଥି ପରିଚୟ ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର