ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ବାଲିଅନ୍ତା: ଚଳିତ ବର୍ଷ ବାର୍ଷିକ ମାଟ୍ରିକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଥିବା ସ୍ଥାନୀୟ ଜାମୁତୋଟାସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୧୦ ଜଣ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି।

ବିଦ୍ୟାଳୟ ପରିଚାଳନା କମିଟି ତରଫରୁ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ପ୍ରଧାନ ଆଚାର୍ଯ୍ୟ ସର୍ବେଶ୍ବର ରଣସିଂହ ସଭାପତିତ୍ବ କରିଥିଲେ। କମିଟି ସଭାପତି ଶଙ୍କର ସାହୁ, ସହକାରୀ ପ୍ରଧାନ ଆଚାର୍ଯ୍ୟ ପ୍ରଦୀପ୍ତ ଜେନା, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର