ପାଢ଼ୀ ଟ୍ୟୁଟୋରିଆଲ ପକ୍ଷରୁ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଖଣ୍ଡଗିରି: ମେଡିକାଲ ପ୍ରବେଶିକା ପରୀକ୍ଷାରେ ୨୦୨୩ରେ ଉତ୍ତୀର୍ଣ୍ଣ ହୋଇଥିବା ପାଢ଼ୀ ଟ୍ୟୁଟୋରିଆଲର କୃତୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସମ୍ବର୍ଦ୍ଧନା ଉତ୍ସବ ବରମୁଣ୍ଡା ଶାଖା ପରିସରରେ ଅନୁଷ୍ଠିତ ହୋଇଯାଇଛି। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମାନବ ସେବା ହିଁ ପ୍ରକୃତ ସେବା ବୋଲି କୃତୀ ଛାତ୍ରଛାତ୍ରୀଙ୍କୁ କହିଥିଲେ।

ବିଏମ୍‌ସି ମେୟର ସୁଲୋଚନା ଦାସ ସମ୍ମାନିତ ଅତିଥିଭାବେ ଯୋଗ‌ଦେଇ ସମସ୍ତ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ କେନ୍ଦ୍ରୀୟ ବିଦ୍ୟାଳୟ-୨ର ଅଧ୍ୟକ୍ଷ ଅଞ୍ଜନ କୁମାର ଖଟୁଆ, ସମ୍ମାନିତ ଅତିଥି ଭାବେ ପାଢ଼ୀ ଟ୍ୟୁଟୋରିଆଲର ପୂର୍ବତନ ସିଇଓ ପ୍ରାର୍ଥ ରାୟ ଯୋଗ ଦେଇଥିଲେ। କୋଚିଂ ନେଇଥିବା ୨୮ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମେଡିକାଲ୍‌ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଅଙ୍କିତ କୁମାର ଗିରି, ସୌମ୍ୟରଞ୍ଜନ ମିଶ୍ର, ସୁଶ୍ରୀ ସୌମ୍ୟା ପ୍ରିୟଦର୍ଶିନୀ ପଣ୍ଡା, ସୋନାଲି ଚୌଧୁରୀ, ଜି. ଅନନ୍ୟା ରଥ, ବିଷ୍ଣୁପଦ ରଣା ଓ ସିଏଚ୍ଏସ୍ଇ ବୋର୍ଡ ପରୀକ୍ଷାରେ ଭୁବନେଶ୍ବରରେ ସର୍ବୋଚ୍ଚ ନମ୍ବର ରଖିଥିବା ବର୍ଷାରାଣୀ ସ୍ବାଇଁଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ୨୪ ନମ୍ବର ୱାର୍ଡ କର୍ପୋରେଟର ଦୀପକ କୁମାର ମିଶ୍ର, ସମାଜସେବୀ ସୁଜିତ କୁମାର ସ୍ବାଇଁ, ଅଶ୍ବିନୀ ସୁନ୍ଦରାୟ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଅଧ୍ୟାପକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶାଖା ପରିଚାଳକ ମନୋରଞ୍ଜନ ହୋତା ବାର୍ଷିକ ବିବରଣୀ ପାଠ ସହ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର