ଭୁବନେଶ୍ବର: ‘ରେଡିଓ ଚକଲେଟ୍’ ଓ ‘ସମ୍ବାଦ ଡିଜିଟାଲ’ ସହଯୋଗରେ ଟ୍ରେଣ୍ଡସ୍ ପକ୍ଷରୁ ଆୟୋଜିତ ‘ଖୁସିର ପର୍ବ’ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି। କାର୍ଯ୍ୟକ୍ରମରେ ହୋଇଥିବା ମାଇଁ ଲୁକ୍ସ ପ୍ରତିଯୋଗିତାରେ କଟକର ନିତାଶା ସିମ୍ପଲ ପ୍ରଥମ ପୁରସ୍କାର ଜିତିଥିବା ବେଳେ ରାଉରକେଲାର ତନୀଷା ପତି ଦ୍ବିତୀୟ ଓ ରେମୁଣାର ପ୍ରଜ୍ଞା ନାୟକ ତୃତୀୟ ପୁରସ୍କାର ଜିତିଛନ୍ତି। ସେହିପରି ପୂଜା ସେଲିବ୍ରେସନ୍ ରିଲ୍ସ ଭିଡିଓ ପ୍ରତିଯୋଗିତାରେ ଯାଜପୁରର ଅଭୀପ୍ସା ସାମଲ ପ୍ରଥମ ପୁରସ୍କାର ପାଇଥିବା ବେଳେ ସାଲେପୁରର ଶ୍ରୀଦେବୀ ବିଶ୍ବାଳ ଦ୍ବିତୀୟ ଓ କଟକର ସନ୍ତୋଷିନୀ ବେହେରା ତୃତୀୟ ପୁରସ୍କାର ପାଇଛନ୍ତି। କାର୍ଯ୍ୟକ୍ରମରେ ଅଭିନେତ୍ରୀ ଶିବାନୀ ସଂଗୀତା ଯୋଗଦେଇ ବିଜେତାଙ୍କୁ ପୁରସ୍କୃତ କରିଥିଲେ।
ସୂଚନାଯୋଗ୍ୟ, ଦୁର୍ଗାପୂଜାକୁ ଅଧିକ ଆକର୍ଷଣୀୟ କରିବା ଓ ଗ୍ରାହକଙ୍କୁ ଉତ୍ସାହିତ କରିବା ପାଇଁ ଟ୍ରେଣ୍ଡସ୍ ପକ୍ଷରୁ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଅଫର୍ ସହ ‘ଖୁସିର ପର୍ବ’ ପ୍ରତିଯୋଗିତା କରାଯାଇଥିଲା। ସେଥିରେ ଗ୍ରାହକମାନଙ୍କୁ ନିଜର ପୂଜା ଲୁକ୍ କିମ୍ବା ପୂଜା ଉତ୍ସବ ପାଳନର ଭିଡିଓକୁ ଟ୍ରେଣ୍ଡସ୍ ସହ ସେୟାର କରିବା ପାଇଁ ଏହି ପ୍ରତିଯୋଗିତା କରାଯାଇଥିଲା। ଯେଉଁ ପ୍ରତିଯୋଗିତାରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କ ପାଇଁ ଯଥାକ୍ରମେ ୩୧ ହଜାର, ୨୧ ହଜାର ଓ ୧୧ ହଜାର ଟଙ୍କାର ଅର୍ଥରାଶି ରଖାଯାଇଥିଲା। କାର୍ଯ୍ୟକ୍ରମକୁ ଆର୍.ଜେ କୋମଲ ଓ ଆର୍.ଜେ ସୋନାଲି ପରିଚାଳନା କରିଥିଲେ।