ସୁଲୋଚନାଙ୍କ ବିରୋଧରେ କଂଗ୍ରେସର ଅଭିଯୋଗ

ଭୁବନେଶ୍ବର: ବିଜେଡିର ମେୟର ପ୍ରାର୍ଥିନୀ ସୁଲୋଚନା ଦାସଙ୍କ ଏକ ଚିଟ୍‌ଫଣ୍ଡ ସଂସ୍ଥା ସହିତ ଲିଙ୍କ୍ ରହିଛି। ଉକ୍ତ ଚିଟ୍‌ଫଣ୍ଡ କମ୍ପାନି ଦ୍ବାରା ପରିଚାଳିତ ଏକ ଗଣମାଧ୍ୟମ ସଂସ୍ଥାରୁ ସେ ଟଙ୍କା ନେଇଥିବା ଅଭିଯୋଗ ଆଣିଛି ରାଜ୍ୟ କଂଗ୍ରେସ।

ଅତୀତରେ ଜଣେ ଲେଖକ ଏକ ଚିଟଫଣ୍ଡ ସଂସ୍ଥା ଦ୍ବାରା ପରିଚାଳିତ ସାହିତ୍ୟ ସଂସଦରୁ ନେଇଥିବା ଟଙ୍କାକୁ ନୈତିକତା ଦୃଷ୍ଟିରୁ ଫେରାଇ ଦେଇଥିଲେ। ତେଣୁ ବିଜେଡିର ମେୟର ପ୍ରାର୍ଥିନୀ ନୈତିକତା ଦୃଷ୍ଟିରୁ ସଂପୃକ୍ତ ଚିଟ୍‌ଫଣ୍ଡ ସଂସ୍ଥାରୁ ନିଜେ ନେଇଥିବା ଟଙ୍କା ଫେରାଇବେ କି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ରଜନୀ ମହାନ୍ତି ଓ ବିଶ୍ବଭୂଷଣ ମହାପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର