୨୯ ନଂ ଜୋନ୍‌ରେ କଂଗ୍ରେସର ମାରାଥନ ପ୍ରଚାର

ଭୁବନେଶ୍ବର : ରାଜଧାନୀର ଏକାମ୍ର ନିର୍ବାଚନ ମଣ୍ଡଳୀ ଅଧୀନ ୨୯ ନଂ ଜିଲ୍ଲା ପରିଷଦ ଜୋନ୍‌ରେ ଆଜି କଂଗ୍ରେସ ମାରାଥନ ପ୍ରଚାର କରିଛି। ଏହି ଜୋନ୍‌ର କଂଗ୍ରେସ ପ୍ରାର୍ଥୀ ପ୍ରସନ୍ନ ଦାସଙ୍କ ପାଇଁ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶଙ୍କ ନେତୃତ୍ବରେ କୋରଡ଼କଣ୍ଟା ଗାଁରେ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇ ବିଜେଡି ଓ ବିଜେପିର କଳା ଶାସନ ବିରୋଧରେ ଲୋକଙ୍କୁ ସଚେତନ କରିଥିଲେ। ଏହି କାର୍ଯ୍ୟକ୍ରମରେ ରଶ୍ମି ମହାପାତ୍ର, ରଜନୀ ମହାନ୍ତି, ମିହିର ଆଚାର୍ଯ୍ୟ, ସୁବ୍ରତ ମହାପାତ୍ର, ବେଣୁଧର ପାତ୍ର, ଶୁଭଦ୍ରା ମିଶ୍ର, ମୋହନ ଗାନ୍ଧୀ, କ୍ଷୀରୋଦ ବେହେରା, ସରୋଜ ମହାନ୍ତି, ଦେବୀ ପ୍ରସାଦ ସ୍ବାଇଁ, ସେକ୍ ତାକୁୱିନ୍ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର